କାହିଁକି ଅଚାନକ ଗାଡିରୁ ଓହ୍ଲାଇ ପରିବା ଦୋକାନୀକୁ କୁଣ୍ଢାଇ ଧରି ଭାବବିହ୍ୱଳ ହୋଇଗଲେ DSP, ଜାଣନ୍ତୁ ପୁରା ଘଟଣା

 
ଡିଏସପି

ମଧ୍ୟପ୍ରଦେଶରେ ଜଣେ ଡିଏସପି ଗାଡ଼ିରେ ଯାଉଥିବା ବେଳେ ତାଙ୍କର ନଜର ଅଚାନକ ଏକ ଦୃଶ୍ୟ ଦେଖି ଅଟକି ଯାଇଥିଲା । ଏହାପରେ ସେ ତତକ୍ଷଣାକ ଗାଡ଼ିରେ ଓହ୍ଲାଇ ପଡ଼ି ଜଣେ ପରିବା ଦୋକାନୀଙ୍କୁ କୁଣ୍ଢାଇ ପକାଇ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଜଣେ ଉପରିସ୍ଥ ପୋଲିସ ବାବୁଙ୍କ ଏଭଳି ଆଚରଣ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ । 

Mp dsp

କିଏ ଏହି ପରିବା ଦୋକାନୀ, ଡିଏସପି ସାରଙ୍କ ସହିତ ତାଙ୍କର ସମ୍ପର୍କ କଣ? ଏପରି ପ୍ରଶ୍ନ ସବୁ ଦେଖଣାହାରୀଙ୍କ ମନରେ ଉଙ୍କି ମାରିଥିଲା । ଏହାପରେ ଡିଏସପି ଓ ପରିବା ଦୋକୀନଙ୍କ ପାଖରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ । ଭିଡ଼ ଭିତରେ ଡିଏସପି ସାର ଦୋକାନୀ ଭାଇଙ୍କୁ ହାତ ଠାରି ଡାକିବା ପରେ ସେ ଡରି ଡରି ଯାଇଥିଲେ । 

ମଇଳା ପୋଷାକ ପିନ୍ଧିଥିବା ଜଣେ ସାଧାରଣ ପରିବା ଦୋକାନୀଙ୍କ ପ୍ରତି ଏଭଳି ଭଦ୍ର ଆଚରଣ ଡିଏସପିଙ୍କୁ ଜଣେ ସହୃଦୟ ମଣିଷର ପରିଚୟ ଦେଇଥିଲା । ପ୍ରକୃତ କଥା ହେଉଛି, ଏହି ଡିଏସପି ସାର ହେଉଛନ୍ତି ସନ୍ତୋଷ ପଟେଲ । ଚାକିରି ପାଇବା ପରେ ତାଙ୍କ ପ୍ରତି ଉପହାର କରିଥିବା ଲୋକଙ୍କୁ ଡିଏସପି ସାର କଦାପି ଭୁଲି ପାରିନଥିଲେ । ଏଭଳି ସମୟ ଥିଲା, ସନ୍ତୋଷ ଖାଇବାକୁ ପାଉନଥିବା ବେଳେ ଏହି ପରିବା ଦୋକାନୀ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ । 

ତେଣୁ ଅତୀତର ସେହି ବଡ଼ ଉପକାରକୁ ଆଜି ମନେପକାଇ ଦେଇଥିଲେ ଡିଏସପି ସନ୍ତୋଷ । ପରିବାର ଦୋକାନୀ ଭାଇଙ୍କ ନାମ ହେଉଛି ସଲମନ ଖାନ, ଯେ କି ଗତ ୨୦୦୯ ମସିହାରୁ ପରିବା ଦୋକାନ କରିଥିଲେ । ନିଜର ରକ୍ତର ସମ୍ପର୍କ ପରି, ଭାଇ, ବନ୍ଧୁ ପରି ସନ୍ତୋଷଙ୍କୁ ମାଗଣାରେ ଖାଇବାକୁ ଦେବା ସହ ପନିପରିବା ଦେଉଥିଲେ ସଲମନ ।