ଫ୍ଲିପକାର୍ଟରୁ ଆଇଫୋନ୍ ମଗାଇଥିଲେ, ଟଙ୍କା ମାଗିବାରୁ ଡେଲିଭରି ବୟକୁ ମାରି ଖଣ୍ଡଖଣ୍ଡ କରିଦେଲେ, ଜାଣନ୍ତୁ ପୁରା ଘଟଣା
ଫିପକାର୍ଟରେ ଆଇଫୋନ୍ ମଗାଇଥିଲେ।ଡେଲିଭରି ବୟ ଫୋନ୍ ଦେଇ ଟଙ୍କା ମାଗିବାରୁ ଚିପି ଦେଲେ ତଣ୍ଟି। ଏପରି ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ମୃତ ଡେଲିଭରି ବୟ ଜଣଙ୍କ ହେଲେ ଭରତ ସାହୁ(୩୫)।
ସୂଚନା ଅନୁସାରେ, ଗଜାନନ ନାମକ ଯୁବକ ଅନଲାଇନରୁ ଆଇଫୋନ ଅର୍ଡର କରିଥିଲେ । ତେବେ ଏହାକୁ ଦେବା ପାଇଁ 30 ବର୍ଷୀୟ ଡେଲିଭରୀ ବୟ ଗ୍ରାହକଙ୍କ ଘରକୁ ଯାଇଥିଲେ । ଆଇଫୋନର ଦାମ୍ 1 ଲକ୍ଷ ଟଙ୍କା ହୋଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ମୃତ ବ୍ୟକ୍ତିଙ୍କ ନାମ ଭରତ ବୋଲି ଜଣାପଡିଛି । ଗତ 23 ତାରିଖରେ ସେ ଡେଲିଭରି ବୟ ଭରତ ପ୍ରଜାପତିକୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିବା ଜଣାପଡିଛି ।
ଅଭିଯୁକ୍ତ ଗଜାନନ ଓ ତାଙ୍କ ସହଯୋଗୀ ଆକାଶ ମିଶି ଏହି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରାଯାଉଛି। ସେମାନେ ହତ୍ୟା କରିବା ପରେ ମୃତଦେହକୁ ଇନ୍ଦିରା କ୍ୟାନେଲ୍ରେ ଫିଙ୍ଗି ଦେଇଥିଲେ ବୋଲି ପୁଲିସ୍ ଡେପୁଟି କମିସନର ଶଶାଙ୍କ ସିଂହ କହିଛନ୍ତି। ସେପ୍ଟେମ୍ବର ୨୫ ତାରିଖ ପର୍ୟ୍ୟନ୍ତ ଯେତେବେଳେ ଡେଲିଭରି ଏଜେଣ୍ଟ୍ ଜଣକ ଘରକୁ ଫେରିନଥିଲେ ତ ପରିବାର ଲୋକଙ୍କ ସନ୍ଦେହ ଉପୁଜିଥିଲା।
ତା'ପରେ ସେମାନେ ପୁଲିସ୍ରେ ନିଖୋଜ ଅଛନ୍ତି ବୋଲି ଏକ ଅଭିଯୋଗ କରିଥିଲେ। ପୁଲିସ୍ ତଦନ୍ତ ଆରମ୍ଭ କରି କଲ ରେକର୍ଡ ମାଧ୍ୟମରେ ଗଜାନନଙ୍କ ନମ୍ବରକୁ ଚିହ୍ନଟ କରିଥିଲା। ପଚରାଉଚରା ବେଳେ ଗଜାନନଙ୍କ ବନ୍ଧୁ ଆକାଶ ଏହି ଅପରାଧକୁ ସ୍ୱୀକାର କରିଛନ୍ତି। ତେବେ ଅଭିଯୁକ୍ତ ଜଣକ ଅନ୍ଲାଇନ୍ ସାଇଟ୍ରୁ ଗୁଗୁଲ୍ ପିକ୍ସେଲ୍ ଏବଂ ଭିଭୋ ଫୋନ୍ ଅର୍ଡର୍ ଦେଇଥିଲେ।