ସାର୍‌ ପ୍ଲିଜ ମୋ ସ୍ବାମୀଙ୍କୁ ଅଫିସ୍‌ ଯିବାକୁ କୁହନ୍ତୁ ନଚେତ୍ ସେ..ଏମିତି କାହିଁକି ଅଫିସ୍‌ ବସ୍‌ଙ୍କୁ ଚିଠି ଲେଖିଲେ ପତ୍ନୀ, ଜାଣନ୍ତୁ

 
Mahila

କରୋନା ସଂକ୍ରମଣ ପାଇଁ ଅଧିକାଂଶ ଲୋକେ ଏବେ ୱାର୍କ ଫର୍ମ ହୋମ୍ କାମ କରୁଛନ୍ତି। କିନ୍ତୁ, ଘରେ ରହି କାମ କରୁଥିବା ଜଣେ ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ସ୍ତ୍ରୀ। ବ୍ୟକ୍ତି ଜଣକ ବିଖ୍ୟାତ ଉଦ୍ୟୋଗପତି ହର୍ଷ ଗୋୟଙ୍କାଙ୍କ ପାଖରେ କାମ କରୁଥିବାରୁ ତାଙ୍କ ପତ୍ନୀ ଏଥିନେଇ ଗୋୟଙ୍କାଙ୍କ ପାଖକୁ ଚିଠି ଲେଖିଛନ୍ତି। ହର୍ଷ ଏହି ଚିଠିଟିର ଏକ ଫୋଟୋ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Work from home

ହର୍ଷଙ୍କ କମ୍ପାନୀରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଧର୍ମପତ୍ନୀ ଏହି ଚିଠିଟିରେ ଲେଖିଥିଲେ ଯେ,"ସମ୍ମାନନୀୟ ସାର। ମୁଁ ଆପଣଙ୍କର ଜଣେ କର୍ମଚାରୀଙ୍କ ସ୍ତ୍ରୀ କହୁଛି। ମୁଁ ଆପଣଙ୍କ ନିକଟରେ ଅପିଲ କରୁଛି ଯେ, ଦୟାକରି ଆପଣ ଓ୍ବାର୍କ ଆଟ୍ ଅଫିସ୍‌ ଆରମ୍ଭ କରନ୍ତୁ। ଯଦି ଆପଣଙ୍କ ଓ୍ବାର୍କ ଫର୍ମ ହୋମ୍‌ ଜାରି ରୁହେ ତେବେ କିଛି ଦିନ ମଧ୍ୟରେ ଆମ ବୈବାହିକ ଜୀବନରେ ଫାଟ ସୃଷ୍ଟି ହେବ"। ଉକ୍ତ ମହିଳା ଏହା ମଧ୍ୟ କହିଛନ୍ତି ଯେ ପ୍ରତିଦିନ ତାଙ୍କ ସ୍ୱାମୀ ୧୦ କପ୍ କଫି ପିଉଛନ୍ତି। ଏଥିସହିତ ବାରମ୍ବାର ଖାଇବାକୁ ଖାଦ୍ୟ ମାଗିବା ସହିତ ରୁମ ଗୁଡିକୁ ଅସଜଡ଼ା କରି ଦେଉଛନ୍ତି।

ଫଳରେ, ଘରେ ତାଙ୍କୁ ଅତ୍ୟଧିକ କାମ କରିବାକୁ ପଡୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ସେମାନଙ୍କର ଦୁଇ ଦୁଇଟି ସନ୍ତାନ ଥିବା ବେଳେ ତାଙ୍କ ସ୍ୱାମୀଙ୍କର ଏଭଳି ଆଚରଣ ହେତୁ ସେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ସେ କହିଛନ୍ତି। ଏଥିପାଇଁ ତୁରନ୍ତ ତାଙ୍କ ସ୍ୱାମୀଙ୍କୁ ଅଫିସ୍ ଯିବାପାଇଁ ଅନୁମତି ଦେବାକୁ ସେ ଅନୁରୋଧ କରିଛନ୍ତି। ହର୍ଷ ଏହି ଚିଠିଟିକୁ ଟ୍ୱିଟରରେ ପୋଷ୍ଟ କରିଥିଲେ ଯାହା ଏବେ ଭାଇରାଲ ହେବାରେ ଲାଗିଛି। କିଛି ଲୋକେ ଏହି ମାମଲାରେ ମହିଳାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକେ ମହିଳାଙ୍କ ସମର୍ଥନରେ ଟ୍ୱିଟ କରୁଛନ୍ତି।