ଏହି କାରଣରୁ ହାଇୱେ ମଝିରେ କଏଦ ହୋଇଗଲା ଘର ! ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ….

 
Nail house

ସାଧାରଣତଃ କୌଣସି ସଡ଼କ କିମ୍ବା ପୋଲ ନିର୍ମାଣ କରିବା ବେଳେ ଏହା ଆଗରେ ଆସୁଥିବା ସାଧାରଣ ଲୋକମାନଙ୍କର ଜମିକୁ ସରକାର ଅଧିଗ୍ରହଣ କରିନେଇଥାନ୍ତି। ଅବଶ୍ୟ ଏହା ବଦଳରେ ସରକାରଙ୍କ ତରଫରୁ ଜମି ମାଲିକଙ୍କୁ ଉଚିତ କ୍ଷତିପୂରଣ ମଧ୍ୟ ଦିଆଯାଇଥାଏ।

କିନ୍ତୁ, ଚାଇନରେ ଏକ ଅଜବ ମାମଲା ଘଟିଛି ଯେଉଁଥିରେ ଏକ ଫ୍ଲାଇଓଭର ନିର୍ମାଣ ପାଇଁ ଜଣେ ମହିଳା ନିଜ ଜମି ନ ଦେବାରୁ ସରକାର ତାଙ୍କ ଘର ଚାରିପଟେ ଫ୍ଲାଇଓଭର ନିର୍ମାଣ କରିଦେଇଥିଲେ। ଫଳରେ ଚାଇନାର ଗୁଆଙ୍ଗଝୋ ସହରରେ ନିର୍ମାଣ ହୋଇଥିବା ଫ୍ଲାଇଓଭର ମଝାମଝି ଏହି ଘରଟି କଏଦ ହୋଇଯାଇଥିଲା।

Haizhuyong Bridge ନାମକ ଏହି ଫ୍ଲାଇଓଭରର ୨୦୧୦ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଲିଆଙ୍ଗ ନାମକ ମହିଳାଙ୍କର ମାତ୍ର ୪୩୦ ସ୍କୋୟର ଫୁଟର ଏହି ଘର ବାଧକ ସାଜିଥିଲା। ସରକାର ଏହି ଘରକୁ କିଣିବା ପାଇଁ ଲିଆଙ୍ଗଙ୍କୁ ବିଭିନ୍ନ ଅଫର ଦେଇଥିଲେ ମଧ୍ୟ ସେ ଏଥିରେ ରାଜି ହୋଇନଥିଲେ। ଫଳରେ ଏହି ପୋଲ ନିର୍ମାଣ କରିବା ପାଇଁ ଏକ ଦଶନ୍ଧିର ସମୟ ଲାଗିଯାଇଥିଲା।

ତେବେ ଲିଆଙ୍ଗଙ୍କ କହିବା ଅନୁଯାଇ ଏହି ଘର ବଦଳରେ ସରକାର ତାଙ୍କୁ ସଠିକ ଲୋକେସନ୍ ରେ ଏକ ଭଲ ଘର ଦେବାରେ ବିଫଳ ହେବାରୁ ସେ ତାଙ୍କ ଘର ବିକ୍ରି କରିବାକୁ ରାଜି ହୋଇନଥିଲେ। ଏଥିସହିତ ବର୍ତ୍ତମାନ ସମୟରେ ତାଙ୍କ ଘର ଏହି ପୋଲ ମଝିରେ କଏଦ ହୋଇ ଯାଇଥିଲେ ମଧ୍ୟ ତାଙ୍କୁ ସେଠାରେ ରହିବାକୁ ଭଲ ଲାଗୁଛି ବୋଲି ସେ ପ୍ରକାଶ କରିଛନ୍ତି। 

ମହିଳା ଜଣକ ନିଜ ଜିଦ୍ ରେ ଅଟଳ ରହି ଏହି ଘରକୁ ସରକାରଙ୍କୁ ଦେଇନଥିବାରୁ ଏହାର ନାମ 'Nail house' ରଖାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୦ ମସିହାରେ Haizhuyong Bridge ର ନିର୍ମାଣ ସାରିଥିଲା ଏବଂ ଏହାକୁ ଜନସାଧାରଣଙ୍କ ଯାତାୟତ ପାଇଁ ଖୋଲା ଯାଇଥିଲା। ତେବେ ଏହା ମଝିରେ ଅବସ୍ଥିତ ଥିବା 'Nail house' ବର୍ତ୍ତମାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଛି।