ସିମ୍ କମ୍ପାନୀଙ୍କୁ ସରକାରଙ୍କ ଆଦେଶ, ଆସିଲା ୨୦ ଟଙ୍କାରେ ୪ ମାସ ପ୍ଲାନ୍, ଜାଣିଲେ ଖୁସି ହୋଇଯିବେ ୟୁଜର୍ସ
ନକଲି କଲ୍ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଦେଶର ୧୨୨ କୋଟିରୁ ଅଧିକ ଟେଲିକମ୍ ୟୁଜରଙ୍କୁ ସୁରକ୍ଷା ଦେବା ପାଇଁ ଟେଲିକମ୍ ବିଭାଗ ଟ୍ରାଇ ସହଯୋଗରେ ଏହି ପଦକ୍ଷେପ ନେଇଛି । ମିଳିତ ଭାବେ ସେମାନେ ନକଲି କଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଟ୍ରାଇ ଏକ ନୂଆ ପଲିସି ପ୍ରସ୍ତୁତ କରିଛି, ଯାହା ମାଧ୍ୟମରେ ଅପରେଟରମାନେ ବର୍ତ୍ତମାନ ମାର୍କେଟିଂ ଏବଂ ନକଲି କଲ୍ ବନ୍ଦ କରିପାରିବେ ।
ଟ୍ରାଇ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ତେବେ ମୋବାଇଲ ୟୁଜରସଙ୍କ ପାଇଁ ନୂଆ ନିୟମ ଆଣିଛି ଟ୍ରାଇ। ସବୁ ନେଟୱାର୍କ ସିମର ବୈଧତା ନିୟମରେ ବଡ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛି ଭାରତୀୟ ଦୂର ସଂଚାରକ ପାଞ୍ଜିକରଣ। ଏଥର ବିନା କୌଣସି ଡାଟା ରିଚାର୍ଜରେ ବି ଆକ୍ଟିଭ ରହିବ ସବୁ ସିମ। ନୂଆ ନିୟମ ମୁତାବିକ ଜିଓ ୟୁଜରସଙ୍କୁ ସବୁଠାରୁ ଅଧିକ ସୁବିଧା ମିଳିବ।
କାରଣ ଡାଟା ରିଚାର୍ଜ ପ୍ଲାନ୍ ଶେଷ ହେବା ପରେ ଜିଓ ୯୦ ଦିନ ପର୍ଯ୍ୟନ୍ତ ଆକ୍ଟୀଭ ରହିବ। ଏହା ସହିତ ଇନକମିଂ ସୁବିଧା ବି ପାଇବେ ଗ୍ରାହକ ମାନେ। ଏହାପରେ ବି କୌଣସି ୟୁଜରସ ରିଚାର୍ଜ ନକରନ୍ତି ତେବେ ସ୍ଥାୟୀ ଭାବେ ସିମ୍ ଡିସକରେକ୍ଟ ହେଇଯିବ। ଏହି ସିମକୁ ଅନୟୁଜରସଙ୍କ ପାଇଁ ଆଲର୍ଟ କରାଯିବ। ଭଡ଼ାଫୋନ ୟୁଜରସଙ୍କୁ ମଧ୍ୟ ୯୦ଦିନର ଗ୍ରେସ ରିଚାର୍ଜ ଅବଧି ମିଳିବ।
ଏହାପରେ ୟୁଜରସ ନିଜ ସିମ୍ ଆକ୍ଟିଭ ରଖିବାକୁ ଚାହାନ୍ତି ତେବେ ୪୯ ଟଙ୍କା ରିଚାର୍ଜ କରିବାକୁ ହେବ। ସେହିଭଳି ଯଦି ବିଏସେନାଲ ସିମ ୯୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ନିଷ୍କ୍ରି ରୁହେ ତେବେ ସିମରୁ ୨୦ ଟଙ୍କାର ପ୍ରିପେଡ୍ ବାଲାନ୍ସ କାଟି ଦିଆଯିବ। ଏହାଦ୍ବାରା ଅଧିକ ୧ ମାସ ପର୍ଯ୍ୟନ୍ତ ଆକ୍ଟିଭ ରହିବ ସିମ। ଏହାପରେ ବି ସିମରେ କୌଣସି ରିଚାର୍ଜ ନକଲେ ସିମ ଡିଆକ୍ଟିଭେଟ କରିବା ସହ ଏହାକୁ ଅନ୍ୟ ୟୁଜରଙ୍କ ପାଇଁ ଆର୍ଲଟ କରି ଦିଆଯିବ।