ନୂଆବର୍ଷ ଆରମ୍ଭରୁ ମିଳିଲା ଗୁଡ୍ ନ୍ୟୁଜ୍, ଏବେ ରାସନକାର୍ଡଧାରୀଙ୍କୁ ମାସକୁ ମିଳିବ ୧୦୦୦ ଟଙ୍କା, ଜାଣନ୍ତୁ ପୁରା ଖବର

 
Ration card

ନୂଆବର୍ଷ ପ୍ରଥମ ଦିନରୁ ଆସିଲା ଖୁସି ଖବର। ରାସନକାର୍ଡ ଥିଲେ ପ୍ରତିମାସରେ ମିଳିବ ୧୦୦୦ ଟଙ୍କା। ସରକାରଙ୍କର ଏହି ପଦେକ୍ଷପ ରାସନକାର୍ଡଧାରୀଙ୍କୁ ଆଣିଦେଲା ଖୁସି। ଭାରତ ସରକାର ଦେଶବାସୀଙ୍କ ପାଇଁ ଅନେକ ପ୍ରକାରର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଉ ନୂଆବର୍ଷର ଏମିତିକି ଏକ ପଦକ୍ଷେପ ନିଆଯାଇଛି ଯାହା ରାସନକାର୍ଡ ଧାରିଙ୍କ ପାଇଁ ଖୁସି ଖବର ଆଣିଦେବ। 

ଦେଖିବାକୁ ଗଲେ ଦେଶରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁ ମାନେ ଦିନକୁ ଦୁଇଥର ଖାଇବାକୁ ମଧ୍ୟ ପାଆନ୍ତି ନାହିଁ। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ହିସାବରେ ଭାରତ ସରକାର ଏହିଭଳି ଗରିବ ଅଭାବି ଲୋକଙ୍କୁ ମାଗଣା ରାସନ ପ୍ରଦାନ କରୁଛନ୍ତି।

Five hundred

ଯାହା କମ ମୂଲ୍ୟରେ ସେମାନଙ୍କୁ ରାସନ ଯୋଗାଇ ଦେଉଛି। ଏଥିପାଇଁ ସରକାର ସେମାନଙ୍କୁ ରାସନକାର୍ଡ ପ୍ରଦାନ କରନ୍ତି। ଦେଶରେ କୋଟି କୋଟି ରାସନକାର୍ଡ ଧାରି ରହିଛନ୍ତି। 

ଯେଉଁମାନେ ସରକାରଙ୍କର ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି। ଆଉ ନିକଟରେ ରାସନକାର୍ଡ ଧାରୀଙ୍କ ପାଇଁ ସରକାରଙ୍କ ଠାରୁ ଏକ ବଡ ଖବର ଆସିଛି। ବର୍ତ୍ତମାନ ରାସନକାର୍ଡ ଧାରୀ ମାନେ ମଧ୍ୟ ସେମାନଙ୍କର ରାସନକାର୍ଡରେ ରାସନ ସାମଗ୍ରୀ ସହିତ ୧୦୦୦ ଟଙ୍କା ମଧ୍ୟ ପାଇବେ। ନୂଆବର୍ଷ ଠାରୁ ସମସ୍ତ ରାସନକାର୍ଡ ଧାରୀ ମାନେ ସରକାରଙ୍କର ଏହି ସୁବିଧା ପାଇପାରିବେ। 

ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁସାରେ ଦେଶରେ ୮୦ କୋଟି ରାସନକାର୍ଡ ଧାରୀ ରହିଛନ୍ତି, ଯାହାକୁ ସରକାର ରାସନ ଦେଉଛନ୍ତି। ଆଉ ବର୍ତ୍ତମାନ ରାସନ ବଣ୍ଟନ ବ୍ୟବସ୍ଥାରେ କିଛି ଏମିତି ପରିବର୍ତ୍ତନ ହେଇଛି।

ଜାନୁୟାରୀ ୨୦୨୫ରୁ ରାସନ୍ ସହିତ ଭାରତ ସରକାର ରାସନକାର୍ଡ ଧାରୀଙ୍କୁ ମଧ୍ୟ ୧୦୦୦ ଟଙ୍କା ପ୍ରଦାନ କରିବେ। ୫ କିଲୋ ମାଗଣା ରାସନ ସାମଗ୍ରୀ ସହିତ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ପ୍ରଦାନ କରାଯିବ।