ଦେଖନ୍ତୁ ଭିଡ଼ିଓ: ଟ୍ୟୁସନ୍ ବାହାରେ ଜୋରଦାର ଝଗଡ଼ା, ଯୁବତୀ ବର୍ଷାଇଲେ ବିଧା ଗୋଇଠା, ଭିଡ଼ିଓ ଦେଖି ହୋଇଯିବେ ତାଜୁବ୍

 
Girl fight

ସାଧାରଣତଃ ରାସ୍ତାରେ ପୁଅମାନଙ୍କୁ ବିଭିନ୍ନ କାରଣ ପାଇଁ ନିଜ ନିଜ ଭିତରେ କଳି ଝଗଡ଼ା କରୁଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ଝିଅମାନଙ୍କୁ ବିଚ୍ ରାସ୍ତାରେ ମରପିଟ୍ କରୁଥିବାର ଦେଖିଛନ୍ତି କି? ଏପରି ଦୃଶ୍ୟ ସାଧାରଣତଃ ଦେଖିବାକୁ ମିଳିନଥାଏ।

କିନ୍ତୁ, ଦିଲ୍ଲୀର ଏକ କୋଚିଂ ସେଣ୍ଟର ବାହାରେ ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟିରେ ଏକ କୋଚିଂ ସେଣ୍ଟର ବାହାରେ ୩ ଜଣ ଯୁବତୀ ନିଜ ନିଜ ଭିତରେ ମାରପିଟ ହେଉଥିବାର ଦେଖିବାକୁ ମିଳିଥିଲା। ଲଢ଼େଇ ସମୟରେ ସେମାନେ ପରସ୍ପରକୁ ବିଧା ଗୋଇଠା ମାରୁଥିବା ଏବଂ ଚୁଟିକୁ ଝିଙ୍କା ଝିଙ୍କି କରୁଥିବା ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-

ସେଠାରେ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ଥିବା ଦେଖିବାକୁ ମିଳୁଥିଲେ ମଧ୍ୟ କେହି ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଆଗକୁ ଆସିନଥିଲେ। ତେବେ, ଇନଷ୍ଟାଗ୍ରାମରେ ଜଣେ ୟୁଜର ଏହାକୁ ପୋଷ୍ଟ କରିଥିବା ବେଳେ ଏହି ଝଗଡ଼ା କଣ ପାଇଁ ଘଟିଥିଲା ସେହି ବିଷୟରେ ଏପର୍ଯ୍ୟନ୍ତ କୋୖଣସି ସୂଚନା ମିଳିପାରି ନାହିଁ।