ଓୟୋ ରୁମରେ ଶାରୀରିକ ସମ୍ପର୍କ ରଖିଲା ବେଳେ ଗାର୍ଲଫ୍ରେଣ୍ଡର ହେଲା ରକ୍ତସ୍ରାବ, ଡାକ୍ତରଖାନା ନନେଇ ଏଭଳି କାମ କଲା ପ୍ରେମିକ
ଶାରୀରିକ ସମ୍ପର୍କ ପରେ ହେଲା ରକ୍ତସ୍ରାବ । ଯୁବତୀଙ୍କୁ ଡାକ୍ତରଖାନା ନନେଇ ଗୁଗଲରେ ଚିକିତ୍ସା କେମିତି କରାଯିବ ତାହା ଖୋଜିଲା ଯୁବକ । ଏମଧ୍ୟରେ ଅଧିକ ରକ୍ତସ୍ରାବ ହେବାରୁ ଚାଲିଗଲା ଯୁବତୀଙ୍କ ଜୀବନ । ଗୁଜରାଟର ଅହମଦାବାଦରେ ଘଟିଛି ଏଭଳି ଘଟଣା । ନବସରୀ ଜିଲ୍ଲାରେ ସେପ୍ଟେମ୍ବର ୨୩ରେ ଏହି ଘଟଣା ଘଟିଥିବା ଜଣାଯାଇଛି ।
ସେପ୍ଟେମ୍ବର ୨୩ ତାରିଖରେ ନବସାରୀ ଜିଲ୍ଲାର ଏକ ହୋଟେଲରେ ଜଣେ ୨୬ ବର୍ଷୀୟ ଯୁବକ ଓ ଜଣେ ୨୩ ବର୍ଷୀୟା ଦମ୍ପତି ଭାବେ ରହିଥିଲେ। ରିସେପସନରେ ଡକ୍ୟୁମେଣ୍ଟ୍ ଦେବାପରେ ଦୁହେଁ ରୁମକୁ ଯାଇ ଅନ୍ତରଙ୍ଗ ହେବାକୁ ଲାଗିଲେ । ସେଠାରେ ଅତ୍ୟଧିକ ଯୌନ ସମ୍ପର୍କ ଯୋଗୁଁ ଯୁବତୀଙ୍କ ଯୋନିରେ ରକ୍ତସ୍ରାବ ଆରମ୍ଭ ହୋଇଥିଲା।
ଏହା ଦେଖି ଦୁହେଁ ଭୟଭୀତ ହୋଇଯାଇଥିଲେ। ପ୍ରେମିକାକୁ ଡାକ୍ତରଖାନା ନେବା କିମ୍ବା ଆମ୍ବୁଲାନ୍ସକୁ ଡାକିବା ପରିବର୍ତ୍ତେ ପ୍ରେମିକ ନିଜ ମୋବାଇଲ୍ ଫୋନ୍ ରେ ଗୁଗୁଲ୍ ରେ ସର୍ଚ୍ଚ କରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ପୁଅ ରକ୍ତସ୍ରାବ ରୋକିବା ପାଇଁ କପଡ଼ା ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ନାବାଳିକା ଜଣକ ଅଚେତ ହୋଇପଡ଼ିଥିଲେ। ଏହାପରେ ପ୍ରେମିକ ତାଙ୍କ ଜଣେ ସାଙ୍ଗଙ୍କୁ ହୋଟେଲକୁ ଡାକିଥିଲେ।
ଏବଂ ତା’ପରେ ସେମାନେ ଯୁବତୀଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ନାବାଳିକାଙ୍କ ଅବସ୍ଥା ଦେଖି ତାଙ୍କୁ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ସେମାନେ ନାବାଳିକାଙ୍କୁ ସିଭିଲ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାପରେ ପ୍ରେମିକ ଯୁବତୀଙ୍କ ବାପାମା’ଙ୍କୁ ଫୋନ୍ କରି ହସ୍ପିଟାଲକୁ ଡାକିଥିଲେ।
ଡାକ୍ତରଖାନାରେ ପହଞ୍ଚିବା ବେଳକୁ ନାବାଳିକାର ମୃତ୍ୟୁ ହୋଇଥିଲା। ପରେ ଅଭିଭାବକମାନେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଏହାସହ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ମୃତ୍ୟୁବରଣ କରିଥିବା ଯୁବତୀ ଜଣକ ନର୍ସିଂ ଗ୍ରାଜୁଏସନ୍ ପାଠ୍ୟକ୍ରମ କରିଥିଲେ।