ଓଲା ଡ୍ରାଇଭରଙ୍କ ସହ ଯୁବତୀଙ୍କ ଏ କି ବ୍ୟବହାର, ଝିଅ ବୋଲି କଣ ମନରେ ଯାହା ଆସିବ ସେଇୟା କରିବେ? ଦେଖନ୍ତୁ ଭିଡ଼ିଓ

 
Jubati car driver

ଗତ କିଛି ଦିନ ତଳେ କ୍ୟାଵ ଡ୍ରାଇଭରଙ୍କୁ ବିଚ ରାସ୍ତା ଉପରେ ଚାପୁଡ଼ା ମାରି ପ୍ରିୟଦର୍ଶିନୀ ନାମକ ଜଣେ ଯୁବତୀ ବେସ ଭାଇରାଲ ହୋଇଥିଲେ। ଏପରିକି ସେତେବେଳେ ଯୁବତୀଙ୍କ ନାମରେ ପୋଲିସ ମାମଲା ମଧ୍ୟ ରୁଜୁ କରିଥିଲା। ସେହି ଘଟଣାଟି ଏପର୍ଯ୍ୟନ୍ତ ମନରୁ ଲିଭିନଥିବା ବେଳେ ଏବେ ଅବିକଳ ଆଉ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବତୀ ଓଲା ଡ୍ରାଇଭରଙ୍କୁ ଅପବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି।  

Ola

ଭାଇରାଲ ହେଉଥିବା ଏହି ଭିଡ଼ିଓଟିକୁ କ୍ୟାଵ ଡ୍ରାଇଭର ଶୁଟିଂ କରୁଥିବା ଦେଖିବାକୁ ମିଳୁଛି। ପ୍ରକୃତରେ କ୍ୟାଵ ବୁକ୍ କରିଥିବା ଯୁବତୀ ଜଣକ ଡ୍ରାଇଭରଙ୍କୁ ନିଜ ଗନ୍ତବ୍ୟ ସ୍ଥଳଠାରୁ ଅଧିକ ବାଟ ଯିବାକୁ ବାଧ୍ୟ କରୁଥିଲେ। ଡ୍ରାଇଭର ଯୁବତୀଙ୍କୁ ଅଧିକ ବାଟ ଯିବାକୁ ହେଲେ ଆଉ ଥରେ ବୁକିଙ୍ଗ କରାନ୍ତୁ ବୋଲି କହିଥିଲେ। କିନ୍ତୁ, ଯୁବତୀ ଜଣକ ନିଜ ଜିଦରେ ଅଟଳ ରହିଥିଲେ। 

Car driver

କେବଳ ଏତିକି ନୁହେଁ ବରଂ କ୍ୟାଵ ଡ୍ରାଇଭର ତାଙ୍କୁ ଅପବ୍ୟବହାର କରିଥିବା ନେଇ ପାଲଟା ଅଭିଯୋଗ ଆଣିଥିଲେ ଏହି ଯୁବତୀ। କ୍ୟାଵ ଡ୍ରାଇଭର ଏହି ଘଟଣାର ସମ୍ପୂର୍ଣ୍ଣ ଭିଡ଼ିଓ ରେକର୍ଡ଼ କରୁଥିବାରୁ ଯୁବତୀ ଜଣକ ତାଙ୍କୁ ଆକ୍ରମଣ କରିବା ସହିତ ଫୋନ ନେଇଯିବାକୁ ଚେଷ୍ଟା କରିଥିଲେ। ଏଭଳି ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ ବଚସା ଲାଗିରହିଥିଲା। ଶେଷରେ ଯୁବତୀ ଜଣକ କ୍ୟାବ ବାହାରକୁ ବାହାରି ଯାଇଥିଲେ। ଦେଖନ୍ତୁ ଭିଡ଼ିଓ:-