ନୂଆବର୍ଷରେ ପାର୍ଟି ଫଟୋସୁଟ୍ ପାଇଁ ଯିବାକୁ ବାପା ମନା କରିବାରୁ ଝିଅ ଏପରି ଶେଷ କରିଦେଲା ନିଜ ଜୀବନ, ଜାଣନ୍ତୁ ପୁରା ଘଟଣା

 
Newyear photoshoot
ବାପା ଝିଅକୁ ଫଟୋ ସୁଟ୍ କରିବାକୁ ଯିବା ପାଇଁ ମନା କରିବାରୁ ଝିଅ ନେଇଥିଲା ଏଭଳି ନିଷ୍ପତ୍ତି । ଯାହା କେବେ ସ୍ୱପ୍ନରେ ଭାବି ନ ଥିଲେ ପରିବାର ଲୋକେ । ଝିଅର ଫଟୋ ଗ୍ରାଫର୍ ବନିବା ପାଇଁ ରହିଥିଲା ଅନେକ ସ୍ଵପ୍ନ । ଯେଉଁଥି ପାଇଁ ସେ ଗ୍ରାଯୁଏସନ୍ କରିବା ପୂର୍ବରୁ ଏକ ତିନି ମାସର ଫଟୋ ଗ୍ରାଫି କୋର୍ସ ମଧ୍ୟ କରିଥିଲେ । 

ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ବେଙ୍ଗାଲୁରୁର ସୁଧାମନଗର ଉଇଲସନ୍ ଗାର୍ଡେନ ଏରିଆ ନିକଟରେ । ଝିଅଟିର ନାମ ହେଉଛି ବାର୍ଶିନି । ବୟସ ୨୧ ବର୍ଷ। ବାର୍ଷିନି ଙ୍କର ଛୋଟ ବେଳୁ ଗୋଟେ ଫୋଟୋ ଗ୍ରାଫର୍ ହେବାର ସ୍ୱପ୍ନ ଥିଲା । ଯେଉଁଥି ପାଇଁ ସେ ବିଶେଷ କିଛି ସୁବିଧା ସୁଯୋଗ ପାଇ ପାରି ନ ଥିଲେ । ହୁଏ ତ ତାଙ୍କର ଏହି ସ୍ୱପ୍ନରେ ରାଜି ନ ଥିଲେ ବାପା । 

Girl

ହେଲେ ସେ ସମୟ ସୁବିଧା ଖୋଜି ଏକ ତିନି ମାସର ଫଟୋ ଗ୍ରାଫିର କୋର୍ସ କରିଥିଲେ । କିଛିଦିନ ତଳେ ନୂଆ ବର୍ଷର ଅବସରରେ ବେଙ୍ଗାଲୁରୁର ଏକ ନାମୀ ଦାମୀ ମଲ୍ ଓରିଅନ ମଲ୍ କୁ ଡିସେମ୍ବର ୩୧ ତାରିଖ ଦିନ ଫଟୋ ସୁଟ କରିବା ପାଇଁ ଯିବା ନିମନ୍ତେ ନିଜ ବାପାଙ୍କୁ କହିଥିଲେ । ହେଲେ ବାପା କିନ୍ତୁ ତାଙ୍କୁ ସିଧା ସିଧା ମନା କରି ଦେଇଥିଲେ । 

ଯାହା ପରେ ନିଜକୁ ଏକ କୋଠରୀରେ ବନ୍ଦ୍ କରିଦେଇଥିଲେ ବାର୍ଷିନୀ । ଘର ଲୋକ କଥାଟି ଉପରେ ଏତେ ଗୁରୁତ୍ଵ ଦେଇ ନ ଥିଲେ । ହେଲେ ଅନେକ ସମୟ ଧରି ସେ କବାଟ ନ ଖୋଲିବାରୁ ଘର ଲୋକେ କବାଟ ଭାଙ୍ଗି ଥିଲେ । ତାଙ୍କ ବାପା କବାଟ ଭାଙ୍ଗି ଦେଖନ୍ତି ତ ଝିଅ ଚେତାଶୁନ୍ୟ ଅବସ୍ଥାରେ ପଡିଛନ୍ତି । ଯାହା ପରେ ସେ ବିଳମ୍ବ ନ କରି ତତ୍ କ୍ଷଣାତ ଝିଅକୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିଲେ । 

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ବାର୍ଷିନୀଙ୍କ ବାପା ପୋଲିସ୍ ଷ୍ଟେସନ୍ ରେ ଝିଅର ଏପରି ଅଚାନକ ମୃତ୍ୟୁ ପାଇଁ ଏକ ଏଫାୟାର୍ ଦେଇଥିଲେ । ଯାହା ପରେ ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଛି । ହେଲେ ପୋଲିସ୍ ଏ ଯାଏଁ ବାର୍ଷିନିଙ୍କ ମୃତ୍ୟୁର ରହସ୍ୟ ଜାଣି ପାରି ନାହିଁ । ତେବେ ତାଙ୍କ ଶବକୁ ପୋଷ୍ଟମଟମ୍ ପାଇଁ ପଠା ଯାଇଛି । ଯାହା ପରେ ସମସ୍ତ ସତ୍ୟ ସାମ୍ନାକୁ ଆସିବ ।