ସାଙ୍ଗ ପାଖକୁ ବୁଲିବାକୁ ଆସିଥିଲେ, ଭୋଜି କରୁଥିବା ବେଳେ ବିନା ପୋଷାକରେ ୭ମହଲାରୁ ଡେଇଁ ପଡିଲେ ଯୁବତୀ, ଆଉ ତାପରେ...

 
Girl fell from 7th floor

ଉଲଗ୍ନ ଅବସ୍ଥାରେ ୭ ମହଲା ଉପରେ ଖସି ପଡ଼ିଲେ ଯୁବତୀ। ଉତ୍ତର ପ୍ରଦେଶ ଗ୍ରେଟର ନଏଡ଼ା ସ୍ଥିତ ଏକ ହାଇପ୍ରୋଫାଇଲ୍ ସୋସାଇଟିରେ ଏଭଳି ଘଟଣା ଘଟିଛି। ଖସିପଡିଥିବା ଯୁବତୀଙ୍କ ବୟସ ୨୪ ବର୍ଷ ହୋଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏତେ ଉଚ୍ଚସ୍ଥାନରୁ ଖସି ପଡିବା ଫଳରେ ଯୁବତୀଙ୍କ ବେକ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

Woman fell

ସୂଚନା ମୁତାବକ ଯୁବତୀ ଜଣକ ମୂଳତଃ ପଶ୍ଚିମବଙ୍ଗ ବସିନ୍ଧା ହୋଇଥିବା ବେଳେ ସେ ହରିୟାଣାର ପାଣିପତରେ ବସବାସ କରନ୍ତି। ଡିସେମ୍ବର ୧୨ ତାରିଖରେ ଯୁବତୀ ଗ୍ରେଟର ନୋଏଡାକୁ ନିଜର ସାଙ୍ଗକୁ ଭେଟିବାକୁ ଯାଇଥିଲେ। ଏଠାରେ ଥିବା ଏକ ସୋସାଇଟିରେ ସେ ରହୁଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା।

Building

ପ୍ରତକ୍ଷଦର୍ଶୀଙ୍କ କହିବା ମୁତାବକ ଯୁବତୀ ଜଣକ ତଳକୁ ଖସିବା ସମୟରେ ଉଲଗ୍ନ ଅବସ୍ଥାରେ ଥିଲେ। ତେବେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍-ବିନ୍ ଜାରି ରଖିଛି। ଯୁବତୀ ଜଣକ ନିଶାସକ୍ତ ଅବସ୍ଥାରେ ଥିବା ଏବଂ ଭାରସାମ୍ୟ ହରାଇ ଘରର ଝରକା ଦେଇ ଖସି ପଡିଥିବା ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ସୁଦ୍ଧା ଯୁବତୀଙ୍କ ପାଖରେ  ପରିବାରର କୌଣସି ସଦସ୍ୟ ଡାକ୍ତରଖାନାରେ ପହଞ୍ଚି ପାରିନାହାଁନ୍ତି।