ପ୍ରେମିକ ମରିଯିବାରୁ ମୃତ ଦେହରୁ ଶୁକ୍ରାଣୁ କାଢ଼ି ଗର୍ଭବତୀ ହେଲେ ମହିଳା, ପୁରା ଘଟଣା ଜାଣିଲେ ତାଯୁବ ହେବେ ଆପଣ

 
Pregnancy from dead body sperm

ପ୍ରେମିକର ମୃତ ଦେହରୁ ଶୁକ୍ରାଣୁ କାଢ଼ି ନେଇ ଗର୍ଭବତୀ ହେଲେ ମହିଳା। ପ୍ରଥମେ ଏହି କଥାଟି ଶୁଣିଲେ ବିଶ୍ୱାସ ହେଉନଥିଲେ ମଧ୍ୟ ଏହିପରି ଏକ ଅଜବ ଘଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ପୂର୍ବତନ ଅଲିମ୍ପିଆନ୍ ଆଲେକ୍ସ ପୁଲିନଙ୍କ ମୃତ ଶରୀରରୁ ଶୁକ୍ରାଣୁ ନେଇ ଗର୍ଭବତୀ ହୋଇଛନ୍ତି ପ୍ରେମିକା ଏଲିଡି ଭ୍ଲଗ୍।

ଶୀତକାଳୀନ ଅଲିମ୍ପିକ୍ସରେ ସ୍ନୋ ବୋର୍ଡ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ତରଫରୁ ପ୍ରତିନିଧିତ୍ବ କରି ଆଲେକ୍ସ ସ୍ବର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ୮ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଯାଇଥିଲା। ତେବେ ତାଙ୍କର ବିୟୋଗ ପରେ ପ୍ରେମିକା ଏଲିଡି ଭ୍ଲଗ୍ ଆଲେକ୍ସଙ୍କ ଦେହରୁ ଶୁକ୍ରାଣୁ କାଢ଼ି ଏହାକୁ ସ୍ପର୍ମ ବ୍ୟାଙ୍କରେ ସୁରକ୍ଷିତ ରଖିଥିଲେ।

ଏହି ଘଟଣାର ୮ ବର୍ଷ ପରେ ଏହି ଶୁକ୍ରାଣୁକୁ ବ୍ୟବହାର କରି ଏଲିଡି ଗର୍ଭବତୀ ହୋଇଥିବା ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମ୍ ରେ ଏକ ପୋଷ୍ଟ ମାଧ୍ୟମରେ ସେ ଗର୍ଭବତୀ ଥିବା ଏବଂ ଅକ୍ଟୋବର ମାସରେ ଶିଶୁଟିକୁ ଜନ୍ମ ଦେବାକୁ ଯାଉଥିବା କହିଛନ୍ତି ଏଲିଡି।

ଏଠାରେ ଉଲ୍ଲେଖଯୋଗ୍ୟ ଅଷ୍ଟ୍ରେଲିଆର କ୍ୱିନସଲାଣ୍ଡ ପ୍ରଶାସନ ଅନୁଯାଇ ୩୬ ଘଣ୍ଟା ମଧ୍ୟରେ କୌଣସି ମୃତ ଶରୀରରୁ ଶୁକ୍ରାଣୁ କଢା ଯାଇପାରିବ ବୋଲି ନିୟମ ରହିଛି। ଏହି ନିୟମ ଅନୁଯାୟୀ ହିଁ ଆଲେକ୍ସ ପୁଲିନଙ୍କ ମୃତ ଶରୀରରୁ ଶୁକ୍ରାଣୁ କଢ଼ାଯାଇ ଦୀର୍ଘ ୮ ବର୍ଷ ଯାଏଁ ଏହାକୁ ସୁରକ୍ଷିତ ରଖାଯାଇଥିଲା।