ଦେଖନ୍ତୁ ଭିଡିଓ: ମା ସାମ୍ନାରେ ପୁଅକୁ ନେଇ ଗଲେ ଗଣେଶ, ମୂର୍ତ୍ତି ବିସର୍ଜନ ବେଳେ ମା ଆଗରେ ନଦୀରେ ଭାସିଗଲା ପୁଅ

 
Murti bisarjan

ଗଣେଶ ବିସର୍ଜନ ରେ ଘଟିଯାଇଛି ପୁଣି ଏକ ଅଭାବନୀୟ ଘଟଣା ।ମା ଆଖି ସାମ୍ନାରେ ଗଣେଶ ଙ୍କ ସହିତ ଭାସିଯାଇଛି ପୁଅ । ଏପରି ଦୁଃଖ ହୁଏତ ଭଗଵାନ ଆଉ କାହାକୁ ନ ଦିଅନ୍ତୁ ନିଜ ପୁଅକୁ ଆଖି ଆଗରେ ଭାସିବାର ଦେଖି ଚିତ୍କାର କରି କାନ୍ଦୁଥାଏ ମା।ପାଖରେ ଥାଇ ମଧ୍ୟ ବଞ୍ଚାଇ ପାରିଲା ନାହିଁ ପୁଅକୁ। କଣ ବା କରିଥାନ୍ତା ସେ ନଦୀର ପ୍ରଖର ସୁଅରେ କିଛି କ୍ଷଣ ମଧ୍ୟରେ ଯେ ଏପରି ହୋଇଯିବ କିଏ ବା ଜାଣିଥିଲା ।

ମାଆ ଥାଉ ଥାଉ ପୁଅ ଚାଲିଯିବାର ତ ଅନେକ ଘଟଣା ରହିଛି । ହେଲେ ଯଦି ଦେଖା ଯାଏ ଏହି ଘଟଣାଟି ଟିକିଏ ଭିନ୍ନ । ଏଠି ପୁଅତ ଚାଲିଯାଇଛି । ହେଲେ ମା ଦୃଶ୍ୟ ପଟ ରେ ଯେଉଁ ଚିତ୍ର ଛାଡ଼ିଯାଇଚି ହୁଏତ ମାଆ ଟି ତା ମୃତ୍ୟୁ ପର୍ଯ୍ୟନ୍ତ ଭୁଲିପାରିବ ନାହିଁ । ଜୀବନ ସାରା ତା ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରିବ ମୁଁ ପାଖରେ ଥାଇ ମଧ୍ୟ ମୋ ପୁଅକୁ ବଞ୍ଚାଇ ପାରିଲିନି।

ଘୁ
ଏପରି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମାଙ୍କଡ଼ାଝୋଲା ଅଞ୍ଚଳରେ। ମା ପୁଅ ଦୁହେଁ ସାଙ୍ଗ ହୋଇ ନାଗବଲି ନଦୀକୁ ଯାଇଥିଲେ ଗଣେଶ ବିସର୍ଜନ ନିମନ୍ତେ ମା କୁ ବ୍ରିଜ ଉପରେ ଛିଡା କରିଦେଇ ପୁଅ ଗଣେଶଙ୍କ ବିସର୍ଜନ ନିମନ୍ତେ ଯାଇଥିଲା ନଦୀକୁ । ତା ପରେ ଘଟିଯାଇଥିଲା ଏମିତି ଘଟଣା।
ସୂଚନା ଅନୁଯାୟୀ ମୃତ ଯୁବକଙ୍କ ନାମ ଶ୍ରୀନିବାସ ଅଶୋକ କୁମାର । ବୟସ ୩୨ ବର୍ଷ। ବର୍ଷା ଋତୁ ହେତୁ ଛୋଟ ଠାରୁ ଆରମ୍ଭ କରି ବଡ଼ ନଦୀ ପର୍ଯ୍ୟନ୍ତ ସବୁ ନଦୀରେ ଉଛୁଳା ପାଣି । ନାଗାବଡି ନଦୀର ପ୍ରଖର ପାଣିର ଗଭୀରତା ସହିତ ରହିଥିଲା ପ୍ରଖର ସୁଅ।ସେହି ନଦୀରେ ଗଣେଶ ବିସର୍ଜନ କରାଯାଇଥିବା ସମୟରେ ନଦୀର ସୁଅରେ ମା ଆଖି ଆଗରେ ଭାସିଯାଇଥିଲା ଶ୍ରୀନିବାସ ।ପରେ ଅଗ୍ନିସମ ବିଭାଗ ଆସି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା ।