ଜି-୨୦ ସମ୍ମିଳନୀ, ଖର୍ଚ୍ଚ ହୋଇଛି ୪୧୦୦ କୋଟି, ବଡ ପ୍ରଶ୍ନ- ଭାରତ କଣ ପାଇବ ଏଥିରୁ ? ଜାଣନ୍ତୁ ଏହା ପଛର ପୁରା ସତ୍ୟତା

 
G20

G20 ସମ୍ମିଳନୀ ଦେଶର ରାଜଧାନୀ ଦିଲ୍ଲୀ ଠାରେ ଅନୁଷ୍ଠିତ ହେଉଥିବା ବେଳେ ସରଗରମ ଅଛି ସାରା ଭାରତ।ବଦଳି ଯାଇଛି ଦିଲ୍ଲୀର ରୁପରେଖା।ସବୁଆଡେ ସାଜସଜ୍ଜା ଲାଗିରହିଛି। ସବୁ କିଛି ଯେପରି ଗୁଣଗାନ କରୁଛନ୍ତି ଭାରତର।

ଆମେ ଜାଣୁ G20 ସମ୍ମିଳନୀ କୁ ନେଇ ଅନେକ ପ୍ରଶ୍ନ ଆସୁଥିବ ଆପଣଙ୍କ ମନକୁ।ତେବେ ଆସନ୍ତୁ ଆପଣଙ୍କ ପ୍ରଶ୍ନର ଉତ୍ତର ବିସ୍ତାରରେ ଜାଣିବା।
G20 କଣ ?
ଏହା ହେଉଛି ୨୦ଟି ଶକ୍ତିଶାଳୀ ଦେଶର ଏକ ସଂଗଠନ। ଯାହା ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ବିଶ୍ୱକୁ ପ୍ରଭାବିତ କରୁଥିବା ଘଟଣା ଗୁଡ଼ିକର ଆଲୋଚନା କରିଥାଏ।
G20 Summit
ଭାରତରେ ଏହା କାହିଁକି ଅନୁଷ୍ଠିତ ହେଉଛି ?
ଗତ ବର୍ଷ G20 ସମ୍ମିଳନୀରେ ଭାରତକୁ ହୋଷ୍ଟିଂ ର ଅଧିକାର ମିଳିଥିଲା। ଯାହା ପର ଠାରୁ ଭାରତ ତାର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା। ଯେଉଁଥି ପାଇଁ ପୁର୍ବରୁ ଭାରତର ପ୍ରାୟ ୫୦ଟି ସହରରେ ପ୍ରାୟ ୨୦୦ଟି ବୈଠକ ଆୟୋଜିତ ହୋଇଥିଲା।
• ଭାରତରେ ଦୁଇ ଦିନ ଧରି ଅର୍ଥାତ୍ ୯ ସେପ୍ଟମ୍ବର୍ ଓ ୧୦ ସେପ୍ଟେମ୍ବର ରେ ଅନୁଷ୍ଠିତ ହେବ ଏହି ସମ୍ମିଳନୀ।
• ଯେଉଁଥିରେ ପ୍ରାୟ ୨୯ଟି ଦେଶର ନେତା ମାନେ ଯୋଗ ଦେଇଛନ୍ତି।
• ମାତ୍ର ଚିନ ଓ ଋଷ ର କୌଣସି ପ୍ରତିନିଧି ଯୋଗ ଦେଇ ନାହାନ୍ତି ଏହି ସମ୍ମିଳନୀରେ।
ଏହି ସମ୍ମିଳନୀ ପାଇଁ ଭାରତର ବ୍ୟୟ :
 
• ଏହି ସମ୍ମିଳନୀର ଆୟୋଜନ ପାଇଁ ଭାରତ ପାଖାପାଖି ୪୧୦୦ କୋଟି ଟଙ୍କା ଖର୍ଚ୍ଚ କରିଛି।
 
• ଯେଉଁଥିରେ ସଫେଇ, ଆଲୋକ, ସୁରକ୍ଷା, ଖାଦ୍ୟ ପେୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ବ୍ୟୟ ସାମିଲ୍ ରହିଛି।
Gtt
 
G20 ର ଆଲୋଚ୍ୟ ବିଷୟ :
 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁଇ ଦିନିଆ ବୈଠକରେ ବିଶେଷ କରି ୩ଟି ପ୍ରସଙ୍ଗ ଉପରେ ଆଲୋକପାତ କରିବେ।
୧- ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ।
୨- ଜଳବାୟୁ ପରିବର୍ତ୍ତନ।
୩- ଟେକ୍ନୋଲୋଜି।
 
ଋଷ ଓ ୟୁକ୍ରେନ ଯୁଦ୍ଧ୍ୟ ବିଷୟ ରେ ମଧ୍ୟ ଆଲୋଚନା କରାଯାଇପାରେ।
 
ଆସନ୍ତୁ ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ସମ୍ମିଳନୀ ଦ୍ୱାରା ଭାରତକୁ କଣ ସବୁ ମିଳିବ ଲାଭ ?
 
• ବର୍ତ୍ତମାନ ବିଶ୍ଵ ରାଜନୀତିର ସମୟ। ଯେଉଁଠି ଆଗରେ ରହିବାକୁ ହେଲେ ନେତୃତ୍ୱ ନେବାକୁ ପଡ଼ିବ। ତେଣୁ ଏହି ସମ୍ମିଳନୀ ଭାରତକୁ ଏକ ଆନ୍ତର୍ଜାତୀୟ ସ୍ତରରେ ଏକ ନୂତନ ଓ ଗୁରୁତ୍ଵପୂର୍ଣ୍ଣ ପରିଚୟ ଦେବ।
 
• ଭାରତର ପୁଞ୍ଜି ବିନିଯୋଗରେ ବୃଦ୍ଧି ଘଟିବ।
 
• ଆଣବିକ ଓ ସାମରିକ ସ୍ତରରେ ସହଯୋଗ ଓ ସୁବିଧା ବଢିବ।
 
• ଭାରତ ବିଭିନ୍ନ ନୂତନ ଚୁକ୍ତି ମାଧ୍ୟମରେ ତାର ସୀମା ରେଖାକୁ ସୁରକ୍ଷିତ କରି ପାରିବ।
 
• ଯାହା ଆଗାମୀ ଦିନରେ ଭାରତକୁ ଏକ ନେତୃତ୍ୱ ଦେଶର ମାନ୍ୟତା ଦେଇ ପାରେ।