ପ୍ରେମିକକୁ ପାଇବା ପାଇଁ ନେପାଳରୁ ଆସିଥିଲେ ଯୁବତୀ, ହେଲେ ଧୋକା ଦେଲା ଭାରତୀୟ ପ୍ରେମିକ, ଆଉ ତାପରେ...

 
Nepal gf

​​​​​​ଆଜ୍ଞା ହଁ କୁହାଯାଏ, ପ୍ରେମ ନିକଟରେ ସବୁ କିଛି ସମ୍ଭବ। ପ୍ରେମ ଦେଖେନା ଜାତି, ବର୍ଣ୍ଣ, ଧର୍ମ ଓ ବୟସ। ପ୍ରେମିକା ପାଇଁ ପ୍ରେମିକ ଏବଂ ପ୍ରେମିକ ପାଇଁ ପ୍ରେମିକାର ହିଁ ରହିଥାଏ ପ୍ରୟୋଜନ। ସମୟ ଥିଲା ପ୍ରେମ କେବଳ ସିମୀତ ରହୁଥିଲା ଦେଶ ମଧ୍ୟରେ। ହେଲେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ହେବା ପରେ କେବଳ ଦେଶ ମଧ୍ୟରେ ଆବଦ୍ଧ ହୋଇ ରହିନାହିଁ ପ୍ରେମ।

ଏପରି ଅନେକ ଖବର ଆମ ଆଖି ସାମ୍ନାକୁ ଆସିଛି। ଯେଉଁଥିରେ ଆମେ ଦେଖିଛେ ନିଜ ପ୍ରେମକୁ ପାଇବା ପାଇଁ କିଭଳି ଝିଅ ହୁଅନ୍ତୁ ବା ପୁଅ ସାତ ନଈ ତେର ଦରିଆ ଡେଇଁ ଆସିଛନ୍ତି ଭାରି ନିଜ ପ୍ରେମ ସନ୍ଧାନରେ। ଗୋଟିଏ କି ଦୁଇଟି ନୁହେଁ ଏପରି ଅନେକ ଘଟଣା ଆସିଛି ସାମ୍ନାକୁ। ଫରକ୍ କେବଳ ଏତିକି କେଉଁଠି ପ୍ରେମ ସତ୍ୟ ହୋଇଥାଏ ତ କେଉଁଠି ଛଳନା।

Nepal

ନେପାଳରୁ ଧାଇଁ ଆସିଛି ପ୍ରେମିକା ନିଜ ପ୍ରେମ ନିମନ୍ତେ। ହେଲେ ଘଟଣା ଏଠି ଟିକେ ନିଆରା। ଦୁଇ ପ୍ରେମିଯୁଗଳ ଆଗରୁ ବିବାହିତ କେବଳ ସେତିକି ନୁହେଁ ଦୁହିଁଙ୍କର ଦୁଇ ପିଲା ମଧ୍ୟ ଅଛି। ପ୍ରେମିକା ଜଣକ କଥାଟିକୁ ଲୁଚାଇ ରଖିନଥିଲେ ପ୍ରେମିକ ଆଗରେ। ହେଲେ ପ୍ରେମିକ ଜଣକ ନିଜ ବିଭାଘର କଥା କହିନଥିଲେ ପ୍ରେମିକାଙ୍କ ଆଗରେ।ଘଟଣାଟି ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ଝଡ଼। ହୁଏତ ପ୍ରେମିକା ଜଣକ ସତ କଣ ଜାଣିଥିଲେ ନିଜ ସ୍ଵାମୀ ଓ ପିଲାଙ୍କୁ ଛାଡ଼ି କରିନଥାନ୍ତେ ଏପରି କାମ। ଏପଟେ ପ୍ରେମିକ ଜଣକ ମଧ୍ୟ ଦୁଇ ପତ୍ନୀଙ୍କୁ ଛାଡି ଫେରାର।

ଆଜ୍ଞା ହଁ ଘଟଣା ଟି ବିହାରର।ଏବେ ଚାଞ୍ଚଲ୍ୟ ସୃଷ୍ଟି କରୁଛି। ନେପାଳି ପ୍ରେମିକା ଜଣକ ମଧ୍ୟ ଦ୍ଵିତୀୟ ବିବାହ କରିଥିଲେ ନିଜ ପ୍ରେମିକ ଗୋବିନ୍ଦଙ୍କୁ। ପ୍ରେମିକ ଗୋବିନ୍ଦ ବିଶେଷ ଧ୍ୟାନ ନ ଦେବାରୁ ପ୍ରେମୀକାଙ୍କ ମନରେ ଉପୁଜିଥିଲା ସନ୍ଦେହ।ପ୍ରେମିକାର ଘର ଠିକଣା ଖୋଜି ପ୍ରେମିକାଟି ପହଞ୍ଚିଥିଲା ପ୍ରେମିକ ଘରେ ଏବଂ ସେଠାରେ ପହଞ୍ଚି ଭାଙ୍ଗି ଯାଇଥିଲା ତାର ମନ। କାରଣ ପ୍ରେମିକ ଘରେ ପୂର୍ବରୁ ତାର ପତ୍ନୀ ଓ ପିଲା ରହୁଥିଲେ।ସମସ୍ତ ଘଟଣା ଆଖି ସାମ୍ନାକୁ ଆସିବା ପରେ ଦୁଇ ପତ୍ନୀ ମିଶି ଘେରି ଯାଇଥିଲେ ଗୋବିନ୍ଦଙ୍କୁ। ଯାହା ଫଳରେ ଗୋବିନ୍ଦ ଏବେ ଫେରାର।