ଦେଖନ୍ତୁ ଭିଡିଓ: ଗୋଟିଏ ବରକୁ ୪ କନ୍ୟା! ହସି ହସି ଏକାସାଙ୍ଗେ ଚାରି ଜଣ ଯୁବତୀଙ୍କୁ ବିବାହ କଲେ ଯୁବକ
ଏହି ଭିଡିଓଟି ମଧ୍ୟ ବାହାଘରର । କିନ୍ତୁ ଏଠାରେ ବର ଗୋଟିଏ ଓ କନ୍ୟା ୪ । କଣ ଆଶ୍ଚର୍ଯ୍ୟ ଲାଗିଲା କି ନାହିଁ । ଏ କଥା ଆମେ କହୁ ନାହୁଁ । ଏଭଳି ଏକ ଭିଡିଓ ଦେଖିବାକୁ ମିଳୁଛି ସୋସିଆଲ ମିଡ଼ିଆରେ ଯାହା ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ଭିଡିଓଟିରେ ଦେଖିବାକୁ ମିଳୁଛି ଯେ , ଗୋଟିଏ ଯୁବକଙ୍କୁ ୪ଟି ଯୁବତୀ ବିବାହ କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ଲୋକଙ୍କର ପ୍ରତିକ୍ରିୟା ମଧ୍ୟ ବିଭିନ୍ନ ପ୍ରକାରର ଦେଖିବାକୁ ମିଳିଛି ।
କେହି କେହି ଏହାକୁ ଫେକ୍ ଭିଡିଓ କହୁଥିବା ବେଳେ , କେହି କେହି ଭିଡ଼ିଓଟିରେ ଖୁବ୍ ମଜେଦାର କମେଣ୍ଟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଆମେ ଶୁଣିଥିଲୁ ଭଗଵାନ ଯେବେ ବି ଦିଅନ୍ତି ଛପର୍ ଫାଡିକି ଦିଅନ୍ତି । ଆଉ ତାହା ଆଜି ଆଖିରେ ମଧ୍ୟ ଦେଖିଲୁ ।
सारथी मेरे रथ को खाई के तरफ ले चलो...🤐 pic.twitter.com/n9bYlCOtMS
— मुसाफिर 🚶vk (@musafir_vj) December 7, 2023
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଲାଗିବ ଏହା ଯେପରି ପିଲାଖେଳ ହୋଇଯାଇଛି। କାରଣ ଏହି ଭିଡିଓରେ ଜଣେ ବର ୪ ଜଣ କନ୍ୟାଙ୍କ ସହ ବେଦିରେ ଅଗ୍ନି ଚାରିପଟେ ସାତଫେରା ନେଉଛନ୍ତି। ତେବେ ଭାଇରାଲ କ୍ଲିପ (@musafir_vj) ନାମକ ଏକ ଆକାଉଣ୍ଟର ଏକ୍ସରେ ପୋଷ୍ଟ କରାଯାଇଛି। ଏହା କ୍ୟାପଶନରେ ଲେଖା ହୋଇଛି, ''ସାରଥୀ ମୋ ରଥକୁ ଆଗକୁ ନେଇ ଚାଲ''। ତେବେ ଏ ଭିଡିଓ କେଉଁଠିକାର ସତ୍ୟ କି ମିଥ୍ୟା ତାହା ଜଣାପଡ଼ି ନାହିଁ।