ଏଣିକି ବାଲକୋନୀରେ କପଡ଼ା ଶୁଖେଇଲେ ଦେବାକୁ ପଡ଼ିବ କଡ଼ା ଜୋରିମାନା, ଜାଣନ୍ତୁ କାହିଁକି

 
Balkoni

ଦୁବାଇରେ କେତେକ ନୂତନ ନିୟମ ପ୍ରସ୍ତୁତ କରାଯାଇଛି, ଯାହାର ଉଲ୍ଲଂଘନ କଲେ ଜରିମାନା ଆଦାୟ ହୋଇପାରେ। ବିଶେଷକରି ଦୁବାଇରେ ରହୁଥିବା ଭାରତୀୟଙ୍କ ପାଇଁ ଏହି ନିୟମଗୁଡିକ ଜାଣିବା ଅତ୍ୟନ୍ତ ଜରୁରୀ କାରଣ ଏହି ଜିନିଷଗୁଡ଼ିକ ଭାରତରେ ଅତି ସାଧାରଣ ଅଟେ। ଉଦାହରଣ ସ୍ୱରୂପ, ଦୁବାଇରେ ବର୍ତ୍ତମାନ ବାଲକୋନୀରେ କପଡ଼ା ଶୁଖେଇବାକୁ ବାରଣ କରାଯାଇଛି। ଯଦି କେହି ଏହା କରନ୍ତି ତେବେ ତାଙ୍କୁ ଜରିମାନା ଦେବାକୁ ପଡ଼ିବ। ଯେତେବେଳେ କି ଭାରତରେ ଅଧିକାଂଶ ଲୋକ ନିଜ କପଡ଼ାକୁ ବାଲକୋନୀରେ ଶୁଖାନ୍ତି।

Kapada

କେବଳ ଏତିକି ନୁହେଁ, ବର୍ତ୍ତମାନ ଯଦି ବାଲକୋନୀରେ ସିଗାରେଟ୍ ଟାଣିବା ସମୟରେ ତା ପାଉଁଶ ବି ତଳେ ପଡେ, ତେବେ ତାଙ୍କୁ ଏଥିପାଇଁ ଜୋରିମାନା ମଧ୍ୟ ଦେବାକୁ ପଡିପାରେ। ସହରକୁ ପରିଷ୍କାର ରଖିବା ଲକ୍ଷ୍ୟରେ ଦୁବାଇ ପୋୖରପାଳିକା ଏହି ପଦକ୍ଷେପ ନେଇଛି। ସୋମବାର ଏକ ଟୁଇଟ୍‌ରେ ଦୁବାଇ ମ୍ୟୁନିସିପାଲିଟି ଲୋକମାନଙ୍କୁ ବାଲକୋନିର ଅପବ୍ୟବହାର ନକରିବାକୁ ନିବେଦନ କରିଛି। ଲୋକମାନଙ୍କୁ ଏପରି କିଛି ନକରିବାକୁ କୁହାଯାଇଛି ଯାହା ସେମାନଙ୍କର ବାଲକୋନୀକୁ 'ଖରାପ' ଦେଖାଏ।

Dubai

ଏହି ନିୟମଗୁଡ଼ିକ କେବଳ କାଗଜ କଲମରେ ନୁହଁ, ବରଂ ଏହାକୁ ଭାଙ୍ଗିବା ଦ୍ୱାରା କଡ଼ା ଜୋରିମାନା ହୋଇପାରେ। ଖବର ଅନୁଯାୟୀ, ନିୟମ ଭାଙ୍ଗିବା ଦ୍ୱାରା 500 ରୁ 1500 ଦିରହମ୍ ଅର୍ଥାତ୍ 10 ହଜାର ରୁ 30 ହଜାର ଟଙ୍କା ଜରିମାନା ଦେବାକୁ ପଡିବ।  ୟୁଏଇର ଆୟର ମୁଖ୍ୟ କ୍ଷେତ୍ର ହେଉଛି ପର୍ଯ୍ୟଟନ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ୟୁଏଇରେ ପରିଷ୍କାର ପରିଚ୍ଛନ୍ନତା ଉପରେ କଡା ନିୟମ ପ୍ରଯୁଜ୍ୟ ଅଟେ ଯାହା ଦ୍ଵାରା ଅନ୍ୟ ଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସାମ୍ନାରେ ଦେଶର ପରିଷ୍କାର ଛବି ତିଆରି ହୋଇପାରିବ।

​​​​​