ଇସ୍ରାଏଲ ଓ ହାମାସ ମଧ୍ୟରେ କାହିଁକି ଚାଲିଛି ଯୁଦ୍ଧ, ଯୁଦ୍ଧ ପଛର ପ୍ରକୃତ ରହସ୍ୟ କଣ, ଯଦି ଯୁଦ୍ଧ ବନ୍ଦ ନ ହୁଏ‌ ହେବ ଏପରି ଅବସ୍ଥା

 
War

ହାମାସ୍ ମାନଙ୍କର ଇସ୍ରାଏଲ ଉପରେ ଏପରି ଭୟଙ୍କର ଆକ୍ରମଣ ଏବେ ଆନ୍ତର୍ଜାତୀୟ ସଂଗଠନ ଉପରେ ପ୍ରଶ୍ନ ଉଠାଇଛି। ହାମାସ୍ ଓ ଇସଲାମିକ ଜିହାଦୀ ମାନେ ସେଠାରେ ସମ୍ପୂର୍ଣ ମାନଵିକତାକୁ ଲଂଘି ଯାଇଥିଲେ। ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦୦ ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ପ୍ରାୟ ୫୦୦୦ ଲୋକ ଆହତ ଅବସ୍ଥାରେ ଅଛନ୍ତି।

ଇସ୍ରାଏଲ ର ପ୍ରଧାନ ମନ୍ତ୍ରୀ ବେଞ୍ଚାମିନ ନେତ୍ୟାନା ପ୍ରାୟ ଦୁଇ ଲକ୍ଷ ଲୋକଙ୍କୁ ନେଇ ଏକ ସୈନ୍ୟ ବାହିନୀ ଗଠନ କରିଛନ୍ତି। ଯେଉଁଥିରେ ଇସ୍ରାଏଲର ସାଧାରଣ ଜନତା ବି ସାମିଲ ଅଛନ୍ତି।

Israel Palestine
ଯୁଦ୍ଧର କାରଣ : ଯୁଦ୍ଧର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏଥିରେ ଫାଲେଷ୍ଟାନର ପ୍ରମୁଖ ହାତ ରହିଛି ବୋଲି ଜଣା ପଡିଛି। ପଶ୍ଚିମ ତଟର ଇସ୍ରାଏଲ ସୈନିକ ବାସିନ୍ଦା ଏବଂ ଫାଲେଷ୍ଟାଇନ ମଧ୍ୟରେ ମାସ ମାସ ଧରି ହିଂସା ବଢ଼ିବାରେ ଲାଗି ରହିଛି। ଏ ପର୍ଯ୍ୟନ୍ତ ହାମାସ ପ୍ରାୟ ୩୦୦୦ ରକେଟ୍ ବିସ୍ଫୋରଣ କରି ସାରିଲାଣି ଇସ୍ରାଏଲ ଉପରେ।
ଆମେରିକାର ସମର୍ଥନ: ଜୋ ବାଇଡେନ୍ ନେତାନ୍ୟାଙ୍କୁ କହିଛନ୍ତି ଏହି ଆତଙ୍କବାଦୀ ଆକ୍ରମଣରେ ଆମେରିକା ଇସ୍ରାଏଲ ସହିତ ରହିଛି। ଅନ୍ୟ ଦେଶ ମାନେ ମଧ୍ୟ ଇସ୍ରାଏଲକୁ ସମର୍ଥନ ଜଣାଇଛନ୍ତି, ଇସ୍ରାଏଲ ସୀମାରେ ମଧ୍ୟ ଶାନ୍ତି ବଜାୟ ରଖିବାକୁ ଜାତି ସଙ୍ଘ ତରଫରୁ ସେନା ମୁତୟନ କରାଯାଇଛି।
ଆତଙ୍କବାଦୀ ସଂଗଠନର ଏପରି ଆକ୍ରମଣ କେବଳ ଫାଲେଷ୍ଟାଇନ୍ ର ସହଯୋଗ ପାଇଁ ହିଁ ସମ୍ଭବ ହୋଇଛି। ଯାହାର ପ୍ରତି ଉତ୍ତରରେ ଇସ୍ରାଏଲର ପ୍ରଧାନ ମନ୍ତ୍ରୀ କହିଛନ୍ତି ଏହା ଭାରି ପଡ଼ିବ ଫାଲେଷ୍ଟାଇନ କୁ। ଇଟାର ଜବାବ ପଥରରେ ଦେବାର ସାମର୍ଥ୍ୟ ଇସ୍ରାଏଲର ରହିଛି ବୋଲି ମଧ୍ୟ କହିଛନ୍ତି।
ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଛାରଖାର ହୋଇଗଲାଣି ଗାଜା। ଏହାରି ଭିତରେ ଯୁଦ୍ଧ ବନ୍ଦ କରିବାକୁ ଭାରତର ହସ୍ତକ୍ଷେପ ଦାବି କରିଛି ପାଲେଷ୍ଟାଇନ। ଭାରତରେ ଅବସ୍ଥାପିତ ପାଲେଷ୍ଟାଇନର ରାଷ୍ଟ୍ରଦୂତ ଅବୁ ଅଲହେଜା କହିଛନ୍ତି, ଭାରତ, ଇସ୍ରାଏଲ ଓ ପାଲେଷ୍ଟାଇନର ଭଲ ବନ୍ଧୁ। ତେଣୁ ଉତେଜନା ହ୍ରାସ କରିବାକୁ ଭାରତ ହସ୍ତକ୍ଷେପ କରିବା ଆବଶ୍ୟକ।