ଭାରତ ଛାଡ଼ି ଯାଇଥିଲେ ପାକିସ୍ତାନ, ଇସଲାମ୍ ଆପଣାଇ ଅଞ୍ଜୁରୁ ହେଲେ ଫାତିମା, ନସରୁଲ୍ଲାହଙ୍କୁ କଲେ ବିବାହ, ଜାଣନ୍ତୁ ପୁରା ଖବର

 
Anju pakistan

ଭାରତୀୟ ମହିଳା ଅଞ୍ଜୁ ଆଇନଗତ ଭାବରେ ପାକିସ୍ତାନର ଏକ ଦୂର ଗ୍ରାମକୁ ଯାଇ ତାଙ୍କ ଫେସବୁକ ବନ୍ଧୁ ନାସରୁଲ୍ଲାଙ୍କୁ ଭେଟିଥିଲେ। ବର୍ତ୍ତମାନ ଉଭୟ ମଙ୍ଗଳବାର (ଜୁଲାଇ 25) ରେ ଜିଲ୍ଲା କୋର୍ଟରେ ବିବାହ କରିଛନ୍ତି। କେବଳ ଏତିକି ନୁହେଁ, ଅଞ୍ଜୁ ବିବାହ ପରେ ତାଙ୍କ ନାମ ଫାତିମା ନାମରେ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ଧର୍ମ ଛାଡି ଇସଲାମ ଧର୍ମ ଗ୍ରହଣ କରିନେଇଛି।

Anju

ଉଭୟଙ୍କ ବିବାହ ପରେ ସେମାନଙ୍କର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି। ଉଭୟ ଏଥିରେ ପରସ୍ପର ପ୍ରତି ପ୍ରେମ ବ୍ୟକ୍ତ କରୁଥିବା ନଜର ଆସିଛନ୍ତି। ଭିଡିଓରେ 'ଦିଲ୍ ତୋ ମାସୁମ୍ ହେ, ଦିଲ୍ ତୋ ନାଦାନ୍ ହେ' ଗୀତ ଦିଆଯାଇଛି।

ଉତ୍ତରପ୍ରଦେଶର କୋଲୋର ଗ୍ରାମରେ ଜନ୍ମଗ୍ରହଣ କରି ରାଜସ୍ଥାନର ଅଲୱାର ଜିଲ୍ଲାରେ ରହୁଥିବା 34 ବର୍ଷୀୟ ଅଞ୍ଜୁ ବର୍ତ୍ତମାନ ନିଜ ପ୍ରେମ ପାଇଁ ଇସଲାମ ଧର୍ମ ଗ୍ରହଣ କରିଛନ୍ତି। ସେ ତାଙ୍କର ଦୁଇ ସନ୍ତାନ ଏବଂ ସ୍ୱାମୀଙ୍କୁ ଛାଡି ପାକିସ୍ତାନରେ ପହଞ୍ଚିଥିଲେ।

Anju

ତେବେ ସୋମବାର (24 ଜୁଲାଇ) ନିଜେ ନାସରୁଲ୍ଲା ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଫୋନରେ କହିଥିଲେ ଯେ ଅଞ୍ଜୁ କେବଳ ପାକିସ୍ତାନ ବୁଲିବାକୁ ଆସିଛନ୍ତି। ସେ ଶୀଘ୍ର ଭାରତକୁ ଫେରିବେ। ତାଙ୍କର ବିବାହ କରିବାର କୋୖଣସି ଉଦ୍ଦେଶ୍ୟ ନାହିଁ। ଅଞ୍ଜୁ ଏକ ଭିଡିଓରେ କହିଛନ୍ତି ଯେ ସେ ଆଇନତଃ ପାକିସ୍ତାନ ଯାଇଛନ୍ତି ଏବଂ ଶୀଘ୍ର ଭାରତକୁ ଫେରିବେ, କିନ୍ତୁ ଏସବୁ ମଧ୍ୟରେ ଉଭୟ ବିବାହ କରିଛନ୍ତି।

ଅନ୍ୟ ଏକ ଭିଡିଓ ଆସିଛି। ଏଥିରେ ସେ ବିବାହ ପରେ କାରରେ ଯାଉଛନ୍ତି। ସେ କିପରି ଅନୁଭବ କରୁଛନ୍ତି ବୋଲି ପଚାରିବାରୁ ସେ ଉତ୍ତର ଦେଲେ, ମୁଁ ବହୁତ ଭଲ ଅନୁଭବ କରୁଛି ଏବଂ ମୁଁ ବହୁତ ଖୁସି ଅଛି।