ଦେଖନ୍ତୁ ଭିଡିଓ: ଲାଇନ କାଟ ହେବାରୁ ବିଦ୍ୟୁତ୍ ବିଭାଗ ଅଫିସ୍ ରେ ଚାଷୀ ଛାଡ଼ିଲେ କୁମ୍ଭୀର, ପରିସ୍ଥିତି ହେଲା ଭୟଙ୍କର..

 
Kumbhira

ବାରମ୍ବାର ଅଘୋଷିତ ବିଜୁଳି କାଟ ପାଇଁ ବିଜୁଳି ବିଭାଗ କେନ୍ଦ୍ରରେ କୁମ୍ଭୀର ଛାଡ଼ିଲେ ଚାଷୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କର୍ଣାଟକ ର କୁବଲି ଅଞ୍ଚଳରେ । ବିଦ୍ୟୁତ୍ ବିଭାଗର ବାରମ୍ବାର ଲାଇନ୍ କାଟ ତା ପୁଣି ବିନା ପୂର୍ବ ସୂଚନା ଦେଇ । 

Kumbhira

ବିଦ୍ୟୁତ୍ ବିଭାଗର ଏପରି କରିବା ଦ୍ବାରା କର୍ଣ୍ଣାଟକ ର ଚାଷୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। । ଯେପରିକି ସେ ଠିକ୍ ସମୟରେ ନିଜ ବିଲକୁ ପାଣି ଚଲେଇ ପାରୁ ନ ଥିଲେ । ଏପରି ଥରେ ନୁହେଁ ବାରମ୍ବାର ହୋଇଥିଲା ।

ଯାହା ପରେ ସେମାନେ ବିଦ୍ୟୁତ୍ ବିଭାଗକୁ ପାନେ ଚଖାଇବା ପାଇଁ ପାଞ୍ଚିଥିଲେ ଉପାୟ। ସେମାନେ ପାଖ ନଦୀରୁ ଏକ କୁମ୍ଭୀର ଧରି ଆଣି ନେଇ ଛାଡ଼ି ଦେଇଥିଲେ ବିଦ୍ୟୁତ୍ ଅଫିସ ଭିତରେ । 

ଗତ ସପ୍ତାହରେ ଜଣେ କୃଷକ ବିଳମ୍ବିତ ରାତିରେ ବଦ୍ୟୁତ ଆସିବା ପରେ ଚାଷ ଜମିରେ ପାଣି ମଡାଇବା ପାଇଁ ଯାଇଥିଲେ। ଏହି ସମୟରେ ସେ ଏକ କୁମ୍ଭୀର ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ କୃଷକ ଜଣକ ଗ୍ରାମବାସୀଙ୍କ ସହାୟତାରେ ସେହି କୁମ୍ଭୀରକୁ ବାନ୍ଧି ଦେଇଥିଲେ। ଏହା ଅକ୍ଟୋବର ୧୯ ତାରିଖରେ ଉକ୍ତ କୁମ୍ଭୀରକୁ ନେଇ ସେ ହେସ୍‌କମ୍‌ ବିଦ୍ୟୁତ୍‌ ଅଫିସରେ ପହଞ୍ଚିଥିଲେ।

ଚାଷୀ ମାନଙ୍କର ଏପରି କାର୍ଯ୍ୟ ଦେଖି ଭୟଭୀତ ହୋଇ ଯାଇଥିଲେ ବିଦ୍ୟୁତ୍ କର୍ମଚାରୀ । ଯାହା ପରେ ସେମାନେଚାଷୀ ମାନଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଏପରି ଆଗକୁ ହେବ ନାହିଁ ବୋଲି । ଯେବେ ବିଦ୍ୟୁତ୍ କରାଯିବ ତେବେ ତାର ପୂର୍ବ ସୂଚନା ଦିଆଯିବ । ଯାହା ପରେ ବନବିଭାଗକୁ ଡାକି କୁମ୍ଭୀରକୁ ହସ୍ତାନ୍ତର କରିଥିଲେ ଚାଷୀ ।