ଆସନ୍ତାକାଲି ଭାରତ ବନ୍ଦ, ସକାଳ ୬ଟା ରୁ ଅପରାହ୍ନ ୪ଟା ଯାଏଁ ହେବ ବନ୍ଦ ପାଳନ, ଜାଣନ୍ତୁ କଣ ଖୋଲା କଣ ରହିବ ବନ୍ଦ

 
Bharat band

ଆସନ୍ତା କାଲି ହେବାକୁ ଯାଉଛି ଭାରତ ବନ୍ଦ। କେନ୍ଦ୍ର ସରକାରଙ୍କ ଦ୍ୱାରା ପାସ୍ କରାଯାଇଥିବା ତିନି କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେଲା ଚାଷୀମାନେ ଧାରଣା ଦେଉଛନ୍ତି। ପୂର୍ବରୁ ମଧ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାଷୀମାନେ ଅନେକ ଥର ଧାରଣାରେ ବସିଥିଲେ। ଖାସ୍ କରି ରାଜଧାନୀ ଦିଲ୍ଲୀରେ ଏହା ପୂର୍ବରୁ ଚାଷୀମାନେ ଅନେକ ଥର ଧାରଣାରେ ବସିଥିଲେ ଯାହା ଦେଶ ସାରା ଚର୍ଚ୍ଚାର ବିଷୟ ପାଲଟିଥିଲା।

Strike

ଏବେ ପୁଣି ଥରେ ସେପ୍ଟେମ୍ବର ୨୭ ତାରିଖ ଅର୍ଥାତ କାଲି ଭାରତ ବନ୍ଦ କରିବାକୁ ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ପୂର୍ବରୁ ଗାଜିପୁର ବର୍ଡର ପାଖରେ ବସିଥିବା ଚାଷୀମାନେ ଆସନ୍ତାକାଲି ଦିଲ୍ଲୀ ବର୍ଡରରେ ରାସ୍ତାରୋକ କରିବା ସହିତ ଟ୍ରାଫିକ୍ ଜାମ କରିବେ। ଏଥିସହିତ ସାରା ଦେଶରେ ମଧ୍ୟ ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତାକାଲି ସକାଳ ୬ଟା ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭାରତ ବନ୍ଦ ପାଳନ କରାଯିବ।

Bharat bandh

ମିଳିଥିବା ସୂଚନା ଅନୁଯାଇ କଂଗ୍ରେସ ସହିତ ବାମ ଦଳ ଏବଂ ତେଲୁଗୁ ଦେଶମ ପାର୍ଟି ମଧ୍ୟ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ନିଜର ସମର୍ଥନ ଜଣାଇଛନ୍ତି। ତେବେ, ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାମାନଙ୍କ କହିବା ଅନୁଯାଇ, ଭାରତ ବନ୍ଦ ସମୟରେ ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଆଦି ବନ୍ଦ ରହିବ। କାଲି ଆମ୍ବୁଲାନ୍ସ ସେବା ସହିତ ଜରୁରୀକାଳୀନ ସେବା ଗୁଡିକ ବଳବତ୍ତର ରହିବ।