ମହଙ୍ଗା ମାଡ଼! ଏପ୍ରିଲ ୧ରୁ ମହଙ୍ଗା ହେବ ଔଷଧ; ୧୨ ପ୍ରତିଶତ ବଢ଼ିଯିବ ଏହିସବୁ‌ ଅତି ଜରୁରୀ ମେଡିସିନ୍‌, ଜାଣନ୍ତୁ ପୂରା ଖବର

 
Medicine

ସାଧାରଣ ଲୋକଙ୍କ ପାଇଁ ବଢ଼ିବ ଅସୁବିଧା, କାରଣ ଏପ୍ରିଲ ପହିଲାରୁ ହିଁ ଜରୁରୀ ଏବଂ ଅତ୍ୟାବଶ୍ୟକୀୟ ଔଷଧ ଗୁଡିକର ଦରଦାମ ବୃଦ୍ଧି ହେବାକୁ ଯାଉଛି। ପାଇକାରୀ ମୂଲ୍ୟ ସୂଚୀ-WPI ବୃଦ୍ଧି ଆଧାରରେ ୨୭ଟି ବର୍ଗର ୮୦୦ରୁ ଅଧିକ ଔଷଧର ମୂଲ୍ୟ ବଢ଼ାଇବାକୁ କମ୍ପାନିଙ୍କୁ ଅନୁମତି ଦେଇଛି ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି-NPPA। ଏଭଳି ନିଷ୍ପତ୍ତି ନିଆଯିବା ପରେ ସାଧାରଣ ଲୋକେ ଖାସ୍ କରି କ୍ରୋନିକ୍ ରୋଗ ଯଥା ମଧୁମେୟ, ବ୍ଲଡ଼ ପ୍ରେସର୍ ଏବଂ ଡାଇବେଟେସ୍ ଦ୍ୱାରା ପୀଡିତ ରୋଗୀ ମାନଙ୍କର ଚିନ୍ତା ଆହୁରି ବଢ଼ି ଯାଇଛି।

Medicine

ପହିଲାରୁ ଦରଦାମ ବଢିବାକୁ ଥିବା ଔଷଧ ତାଲିକାରେ ପେନ୍ କିଲର୍ ଡାଇକ୍ଲୋଫେନାକ୍, ମରଫିନ୍ ଠାରୁ ଆରମ୍ଭ କରି ଜ୍ୱର ଔଷଧ ପାରାସିଟାମଲ୍, ଆଣ୍ଟିବାୟୋଟିକ୍ ଆମୋକ୍ସିସିଲିନ୍, ସେଫାଡ୍ରକ୍ସିଲ, ମ୍ୟାଲେରିଆ ଔଷଧ କ୍ଲୋରାକୁଇନ୍, କୁଇନାଇନ୍, ରକ୍ତହୀନତା ପାଇଁ ବ୍ୟବହାର ହେଉଥିବା ଫଲିକ୍ ଏସିଡ୍, ଆଇରନ୍ ସୁକ୍ରୋଜ୍ ସମେତ ହେପାଟାଇଟିସ୍-ବି, ଜାପାନିଜ୍ ଏନସେଫାଲାଇଟିସ ଓ ମିଳିମିଳା ଭ୍ୟାକସିନ୍ ଇତ୍ୟାଦି ରହିଛି।

ଚୀନରୁ କଞ୍ଚାମାଲ ଆମଦାନୀରେ ରୋକ୍ ଲାଗିଥିବାରୁ ୟୁରୋପୀୟ ବଜାରରୁ କଞ୍ଚାମାଲ କିଣିବାକୁ ପଡୁଛି ଏହା ବ୍ୟତୀତ ସେଠାରୁ କଞ୍ଚାମାଲ ଆଣିବା ଦ୍ୱାରା ପରିବହନ ଖର୍ଚ୍ଚ ମଧ୍ୟ ବଢିଛି ଯେଉଁଥିପାଇଁ ଔଷଧର ଦାମ ବଢାଇବା ପାଇଁ ସେମାନେ ବାଧ୍ୟ ହେଉଛନ୍ତି ବୋଲି କେମିଷ୍ଟ୍ର ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ କୁହାଯାଇଛି।

Medicine

ତଥାପି ରୋଗୀମାନଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ମହଙ୍ଗା ବ୍ରାଣ୍ଡେଡ୍ ଔଷଧ ପରିବର୍ତ୍ତେ ଜେନେରିକ୍ ଔଷଧ ବ୍ୟବହାର କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।