ବସର ଚକା ତଳେ ପଡିଯିବା ପରେ ବି ବର୍ତ୍ତି ଗଲେ ବାଇକ୍ ଚାଳକ, ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଦେଖନ୍ତୁ ଭିଡ଼ିଓ

 
Bike bus

ରଖେ ହରି ତ ମାରେ କିଏ, ଯାହା ସହିତ ଭଗବାନ ଥାଆନ୍ତି ତାର କେହି କିଛି ବି ଅନିଷ୍ଠ କରି ପାରନ୍ତିନି। ଏପରି ହିଁ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ବାଇକ୍ ଚାଳକ, ମୃତ୍ୟୁକୁ ଦେଖି ଫେରି ଆସିଥିବା କୁହାଯାଇପାରେ। ଗୁଜରାଟ ଦାହୋଦରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଜାତୀୟ ରାଜପଥରେ ଯାଉଥିଲା ବସ୍। ଦାହୋଦରୁ ଗୋଧ୍ରା ଯାଉଥିବା ସମୟରେ ବାଇକ ଚାଳକଙ୍କ ସହ ବସର ହୋଇଥିଲା ଧକ୍କା। 

Bus bike

ବାଇକଟି ଛିଟିକି ଯାଇଥିବା ବେଳେ ବସ୍ ତଳକୁ ଚାଲିଯାଇଥିଲେ ଚାଳକ। ବସ୍ ଚାଳକ ହଠାତ୍ ବ୍ରେକ ମାରି ଗାଡିକୁ ଅଟକାଇ ଦେଇଥିଲେ। ଭଗବାନଙ୍କ କୃପାରୁ ବସ୍ ତଳୁ ପୁନର୍ଜନ୍ମ ପାଇ ଫେରିଲେ ବାଇକ ଚାଳକ ରାସ୍ତାରେ ଯାଉଥିବା ଲୋକ ଆଖି ବୁଜିଦେଇଥିଲେ। ବାଇକ୍ ଚାଳକ ଜଣଙ୍କର ଟିକେ ବି କିଛି ହୋଇନଥିବା ଜଣା ପଡିଛି। ତେବେ ଘଟଣାର ପୂରା ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ତେବେ ଭିଡ଼ିଓ ରେ ଦେଖିବାକୁ ଗଲେ ଏଠାରେ ସମସ୍ତ ଭୁଲ୍ ବାଇକ୍ ଚାଳକଙ୍କ ବୋଲି ଜଣାପଡ଼ୁଛି ଯିଏ କି ଯିଏ ବସ୍ କୁ ଓଭରଟେକ କରିବା ବେଳେ ବସର ଚକ ତଳେ ଆସିଯାଉଛନ୍ତି।