ନ୍ୟୁୟର୍କରେ PM ଙ୍କୁ ଦେଖି ସବୁ କାମ ଛାଡି ଦୌଡ଼ି ଆସିଲେ ଏଲନ ମସ୍କ, କହିଲେ "ମୁଁ ମୋଦିଙ୍କ ବଡ଼ ଫ୍ୟାନ ଆଉ ମୋର..."

 
elun musk and modi

ବର୍ତମାନ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାରି ଦିନର ଗସ୍ତ ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ସହ ପ୍ରତିରକ୍ଷା କ୍ଷେତ୍ରରେ ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେବ । ପ୍ରଧାନମନ୍ତ୍ରୀ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହାରି ମଧ୍ୟରେ ବିଶ୍ୱର ସବୁଠାରୁ ବଡ ଧନୀ ତଥା ଟେସଲା ମୁଖ୍ୟ ଏଲନ ମସ୍କଙ୍କୁ ଭେଟିଛନ୍ତି ମୋଦି ।

ମିଡ଼ିଆ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏଲନ ମସ୍କ ଦେଲେ ବଡ଼ ବୟାନ, କହିଲେ - ମୁଁ ମୋଦିଙ୍କର ଜଣେ ବଡ଼ ଫ୍ୟାନ୍ ଓ ତାଙ୍କ ସହ ସାକ୍ଷାତ ସମ୍ମାନର ବିଷୟ । ଏହାସହ ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି, ଭାରତର ଭବିଷ୍ୟତକୁ ନେଇ ମୁଁ ଅଧିକ ଉତ୍ସାହିତ । 

musk and modi

ଅନ୍ୟ ଦେଶ ଅପେକ୍ଷା ଭାରତରେ ସମ୍ଭାବନା ଅଧିକ । ନୂଆ କମ୍ପାନୀ ଗୁଡ଼ିକୁ ନେଇ ମୋଦି ଅତ୍ୟନ୍ତ ଉଦାରବାଦୀ। ମୋଦି ନିଜ ଦେଶରେ ନୂଆ କମ୍ପାନୀ ଗୁଡ଼ିକୁ ସ୍ୱାଗତ କରିବାକୁ ଚାହାନ୍ତି । ଏହାସହ ସେ ଆସନ୍ତା ବର୍ଷ ଭାରତ ଗସ୍ତରେ ଆସିବେ ବୋଲି ମଧ୍ୟ କହିଛନ୍ତି ।

ଭାରତ ଓ ଆମେରିକା ମଧ୍ୟରେ ସବୁଠାରୁ ଅଧିକ ବାଣିଜ୍ୟିକ କାରବାର ହୋଇଥାଏ । ଏହାକୁ ନଜରରେ ରଖି ବିଜ୍ଞାନ ଓ ପ୍ରଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା କ୍ଷେତ୍ରକୁ ଗୁରୁତ୍ବ ଦିଆଯିବ । ମହାକାଶ ବିଜ୍ଞାନ, ଟେଲିକମ୍, ଆର୍ଟିଫିସିଆଲ ଇଣ୍ଟେଲିଜେନସ ଓ ବାଓଟେକ୍ ସେକ୍ଟରର ବିକାଶ ପାଇଁ ବିସ୍ତୃତ ଆଲୋଚନା ହେବ ।