ଦେଖନ୍ତୁ ଭିଡିଓ: ୯ ମାସ କଷ୍ଟ ସହି ସୁସ୍ଥ ଛୁଆ ଜନ୍ମ କରିବାକୁ ମେଡିକାଲ୍ ଯାଇଥିଲେ ମହିଳା, ହେଲେ ଗର୍ଭରୁ ଜନ୍ମ ନେଲା ଏମିତି ଛୁଆ

 
Alien chua

​​​​​​ଗୋଟିଏ ମା ନିଜ ପିଲାକୁ ଦୁନିଆର ସବୁଠାରୁ ସୁନ୍ଦର ପିଲାଭଳି ଭାବୁଥାଏ ।ମା ଜୀବନରେ ପିଲାର ଭୂମିକା ଏବଂ ପିଲା ଜୀବନରେ ମା ର ଭୂମିକା ଅନ୍ୟ କେହି ପୁରଣ କରିପାରିବେ ନାହିଁ ।ପିଲାଟିକୁ ଦୁନିଆ ଦେଖାଇବା ପାଇଁ ମା ନିଜ ଜୀବନକୁ ବାଜିରେ ଲଗାଇ ଦୀର୍ଘ ଦିନ କଷ୍ଟ ସହି ଜନ୍ମ ଦେଇଥାଏ ।ସେହି ମୁହୂର୍ତ୍ତଟିକ  ନାରୀ ଜୀବନକୁ ସାର୍ଥକତା ଆଣି ଦେଇଥାଏ ।

ହେଲେ ଥରେ ଭାବି ଦେଖିଲେ ଏତେ କଷ୍ଟ ସହି ପିଲାଟିକୁ ଜନ୍ମ ଦେବା ପରେ ମା ଯଦି ସେଇ ପିଲା ଟିକୁ ଦେଖି ନିଜେ ଭୟଭିତ ହେଇଯାଏ  କିଭଳି ଥିବ ସେ ପରିସ୍ଥିତି ? ଆଜ୍ଞା ହଁ କଥାଟି ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ।

ghgh

ପିଲା ଭିନ୍ନକ୍ଷମ ହୋଇ ଜନ୍ମ ହେବା ଦୁଃଖର ବିଷୟ ହୋଇଥିଲେ ବି ଆମ ପାଇଁ ସାଧାରଣ କାରଣ ଏହା ଅନେକ ଥର ଘଟିସାରିଛି ।ମା ବି ଆପଣେଇ ନେଇଥାଏ ସେଇ ଶିଶୁକୁ ,ମାତ୍ର କଥାଟି ଏଠି ନିଆରା। ଆଜି କାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଦେଖିବାକୁ ମିଳୁଛି। ଯେଉଁଥିରେ ଥିବା ଶିଶୁଟିର ରୂପ ଅଦ୍ଭୁତ ପ୍ରାୟ। ସାରା ଶରୀରରେ ଫାଟ ସିମେଣ୍ଟ ଲାଗିବା ପରି ଦେଖାଯାଉଛି। ଶରୀର ସାରା ଅନେକ ଦାଗ, ସ୍ଥାନେ ସ୍ଥାନେ ଖାଲ ଆଉ ଫାଟ ମଧ୍ୟ ରହିଛି। ପାଟି ଆଉ ଆଖିର ରଙ୍ଗ ଲାଲ ଚହ ଚହ। ଯେପରିକି ଏଲିଏନ କି ଅନ୍ୟ ଗ୍ରହର ମଣିଷ ପରି ଲାଗୁଛି । ଯାହାକୁ ଦେଖି ଡାକ୍ତରଙ୍କ ସମେତ ଅନ୍ୟ ମେଡିକାଲ କର୍ମଚାରୀ ଚକିତ ହୋଇଯାଇଛନ୍ତି। ମା ର ହୃଦୟ ଥରି ଉଠିଛି ଏ ଘଟଣାରେ ।

କୁହାଯାଉଛି ଯେ ଶିଶୁଟି ଜେନେଟିକ ରୋଗରେ ପୀଡିତ ।ସେହି ରୋଗ ହେତୁ ତା ଶରୀର ଚୂନ ଲାଗିଲା ପରି ଦେଖାଯାଉଛି। ନା  ସେ ଆଖି ଖୋଲି ପାରୁଛି ନା ପାଟି ବନ୍ଦ୍ କରିପାରୁଛି। ଏ ଭିଡ଼ିଓ ଟି ଦେଖିବା ପରେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏ ପିଲାଟି ମାନବ ଶିଶୁ ତ ?ଏମିତି ଦେଖା ଯିବା ପଛର ରହସ୍ୟ କଣ? ଯାହାକୁ ନେଇ ଡାକ୍ତର ସ୍ପଷ୍ଟ କରି କହିଛନ୍ତି ଏହି ଶିଶୁଟିକୁ ହଲୋକିନ ଐଥେଶେଶିସ୍ ନାମକ ଏକ ରୋଗ ହେଇଛି। ଏହି ରୋଗ ସାଧାରଣତଃ ଶରୀରର ଗଠନ ଉପରେ ପ୍ରଭାବ ପକାଇଥାଏ ଯେଉଁଥିରେ ଶିଶୁଟି ସମ୍ପର୍ଣ୍ଣ ଭାବରେ ପୀଡିତ।