ଦେଖନ୍ତୁ ଭିଡ଼ିଓ: ସମୁଦ୍ର ଭିତରୁ ବାହାରିଲା ୨ ମିଟର ଲମ୍ବା ବିଶାଳକାୟ ବିଷଧର ସାପ ! ସୋସିଆଲ ମିଡିଆରେ ହେଲା ଭାଇରାଲ….

 
Snake

ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ଉପକୂଳରେ ଏକ ବିରଳ ପ୍ରଜାତିର ବିରାଟ ସାମୁଦ୍ରିକ ସାପ ଦେଖିବାକୁ ମିଳିଥିଲା ଯାହାର ଚିତ୍ର ଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରାୟ ଦୁଇ ମିଟର ଲମ୍ବା ଏହି ସାପଟି ଉପକୂଳରେ ଦେଖାଯିବା ପରେ ସେଠାରେ ଭୟର ବାତାବରଣ ଖେଳି ଯାଇଥିଲା।

କଳା ରଙ୍ଗର ଏହି ସାପଟିର ଚିତ୍ରକୁ ଅଷ୍ଟ୍ରେଲିଆନ୍ ନେଟିଭ ଆନିମଲ ଫେସବୁକ ପେଜ୍ ଦ୍ୱାରା ରବିବାର ଦିନ ସେୟାର କରାଯାଇଥିଲା। ପୋଷ୍ଟ କରାଯାଇଥିବା ଭିଡ଼ିଓରେ ଏହି ସାପଟି ସମୁଦ୍ର ଲହରୀ ଭିତରୁ ଭାସି ଆସୁଥିବାର ଦେଖିବାକୁ ମିଳିଥିଲା। ଏହି ସାପଟି 'Elegant Sea Snake' ପ୍ରଜାତିର ବୋଲି ଜାଣିବାକୁ ମିଳିଥିବା ବେଳେ ଏହା ଅତ୍ୟଧିକ ବିଷଧର ବୋଲି ଜଣାପଡିଛି। ତେବେ, ସମୁଦ୍ରରୁ ବାହାରକୁ ଆସିଥିବା ଏହି ସାପଟିକୁ କେହି ଜଣେ ବ୍ୟକ୍ତି ଲାଞ୍ଜକୁ ଧରି ପୁଣି ସମୁଦ୍ର ଭିତରକୁ ଫୋଫାଡ଼ି ଦେଇଥିବା ଜାଣିବାକୁ ମିଳିଛି। ଦେଖନ୍ତୁ ଭିଡ଼ିଓ:-

ଏହା ଜାଣିବା ପରେ କିଛି ଲୋକ ଏହାକୁ ବିରୋଧ କରିବା ସହ ଏପରି କରିବା ଉଚିତ ନଥିଲା ବୋଲି ମନ୍ତବ୍ୟ ଦେଇଛନ୍ତି। ସେହିପରି ସାପ ଧରୁଥିବା ଏକ ସଂଘଠନ ତରଫରୁ ଏହି ସାପ ଦେଖିଲେ ତା ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ଅତ୍ୟଧିକ ବିଷଧର ହୋଇଥିବାରୁ ଏହା ପାଖକୁ ନ ଯାଇ କୌଣସି ସ୍ନେକ ହେଲ୍ପଲାଇନ ସହ ଯୋଗାଯୋଗ କରିବା ଉଚିତ ବୋଲି କୁହାଯାଇଛି।