ବିଜୁଳି କଟି ଯିବାରୁ କ୍ଷୀରରେ ଚା'ପତି ବଦଳରେ ମୂଷା ମରା ଔଷଧ ପକାଇଦେଲେ ଯୁବତୀ, ତା'ପରେ...

 
Tea

ଉତ୍ତରପ୍ରଦେଶର ଚନ୍ଦୌଲିରେ ଚା ତିଆରି କରୁଥିବାବେଳେ ଜଣେ ଯୁବତୀ ଚା ’ପତି ବଦଳରେ କ୍ଷୀରରେ ମୂଷା ମରା ଔଷଧ ପକାଇ ଦେଇଥିଲେ। କୁହାଯାଉଛି ଯେ ଚା ’ତିଆରି କରିବା ସମୟରେ ବିଦ୍ୟୁତ କାଟ ହୋଇଥିଲା, ଯେଉଁଥିପାଇଁ ଏହା ଘଟଘଟିଥିଲ। ଯେତେବେଳେ ଘରର ତିନି ଜଣ ଲୋକ ଚା ପିଇଲେ, ସେମାନଙ୍କ ଅବସ୍ଥା ବିଗିଡି ଯାଇଥିଲା। ସେଠାରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ରାଜଦାନୀ କୁମାର ନାମକ ଜଣେ ବ୍ୟକ୍ତିଙ୍କ ପରିବାର ଚନ୍ଦୌଲିରେ ଅବସ୍ଥିତ କାନଶିରାମ ଆୱାସ ଯୋଜନାରେ ରୁହନ୍ତି। ମଙ୍ଗଳବାର ସନ୍ଧ୍ୟା 7 ଟାରେ ରାଜଦାନୀ କୁମାରଙ୍କ ଝିଅ ଚା ’ତିଆରି କରୁଥିଲେ।

Tea

କୁହାଯାଉଛି ଯେ ଚୁଲିରେ କ୍ଷୀର ଏବଂ ପାଣି ଫୁଟୁଥିବା ସମୟରେ ବିଦ୍ୟୁତ୍ କାଟ୍ ହୋଇଥିଲା। କ୍ଷୀର ଫୁଟିବା ପରେ ବିଜୁଳି ଚାଲିଯାଇଥିଲା। ଏହି ସମୟରେ ଯୁବତୀଜଣକ ଭୁଲରେ ଚା'ପତି ବଦଳରେ ମୂଷା ଔଷଧ ପକାଇ ଦେଇଥିଲେ। ଏହା ପରେ ରାଜଦାନୀ କୁମାର ଏବଂ ତାଙ୍କର ଦୁଇ ପୁଅ ଚା ପିଇଥିଲେ। ଚା ପିଇବାର ଅଳ୍ପ ସମୟ ପରେ ତିନିଜଣଙ୍କ ଅବସ୍ଥା ଖରାପ ହେବାକୁ ଲାଗିଥିଲା।

Tea

ଚନ୍ଦୌଲିର ଜରୁରୀକାଳୀନ ଚିକିତ୍ସା ଅଧିକାରୀ ଡ ସଞ୍ଜୟ କୁମାର କହିଛନ୍ତି ଯେ ରାତି ପ୍ରାୟ 9 ଟା ସମୟରେ ଡାକ୍ତରଖାନାକୁ ପିତା ଏବଂ 2 ପୁଅଙ୍କ ସମେତ 3 ଜଣ ଲୋକ ଆସିଥିଲେ। ସେମାନେ ମୂଷା ବିଷ ମିଶା ଚା ପିଇଥିଲେ। ଏହି କାରଣରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା।