ଦେଖନ୍ତୁ ଭିଡ଼ିଓ: ହଠାତ ହୁତୁ ହୁତୁ ହୋଇ ଜଳି ଉଠିଲା ସ୍କୁଟର୍! ଇଲେକ୍ଟ୍ରିକ୍ ବାଇକ୍ କିଣିବା ପୂର୍ବରୁ ନିଶ୍ଚିତ ଭାବରେ ଦେଖନ୍ତୁ ଏହି ଭିଡ଼ିଓ….

 
Vehicle burnt

ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ୁଥିବାରୁ ଲୋକେ ଏବେ ବିଦ୍ୟୁତ ଚଳିତ ଗାଡ଼ି ଗୁଡିକ ପ୍ରତି ଆକୃଷ୍ଟ ହେଉଛନ୍ତି। ଏଥିସହିତ ଏହି ଗାଡ଼ି ଗୁଡିକ ପରିବେଶ ଉପରେ କୌଣସି କୁ ପ୍ରଭାବ ପକାଉନଥିବାରୁ ଏହାକୁ ବ୍ୟବହାର କରିବା ପାଇଁ ସରକାରଙ୍କ ତରଫରୁ ମଧ୍ୟ ପ୍ରୋତ୍ସାହନ ମିଳୁଛି। ଯଦି ଆପଣ ମଧ୍ୟ ଏହି ଭଳି ଏକ ଗାଡି କିଣିବାକୁ ମନସ୍ଥ କରିଛନ୍ତି ତେବେ ପ୍ରଥମେ ଏହି ଭିଡ଼ିଓଟିକୁ ଦେଖନ୍ତୁ।

ପ୍ରକୃତରେ ବିଚ୍ ରାସ୍ତା ଉପରେ ଏକ ବୁଦ୍ୟୁତ ଚାଳିତ ଗାଡ଼ିରେ ନିଆଁ ଲାଗିଯାଇଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡ଼ିଓରେ ଗାଡ଼ିର ଡିକି ଭିତରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରୁଥିବାର ଦେଖିବାକୁ ମିଳୁଛି। କିଛି ସମୟ ଧୂଆଁ ବାହାରିବା ପରେ ହଠାତ ଏଥିରେ ନିଆଁ ଲାଗି ଯାଉଛି। ଦେଖନ୍ତୁ ଭିଡ଼ିଓ:-


୧ ମିନିଟ୍ ୫୧ ସେକେଣ୍ଡର ଏହି ଭିଡ଼ିଓଟିକୁ @in_patrao ନାମକ ଜଣେ ଉପଭୋକ୍ତା ଟ୍ୱିଟରରେ ସେୟାର କରିଛନ୍ତି। ୧୬ ହଜାରରୁ ଅଧିକ ଥର ଦେଖାଯାଇଥିବା ଏହି ଭିଡିଓଟି ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ଏକ ଇଲେକ୍ଟ୍ରିକ୍ ସ୍କୁଟରରୁ ଧୂଆଁ ବାହାରିବା ସହିତ ଆରମ୍ଭ ହୋଇଛି। ଭିଡିଓ ଶେଷରେ ସ୍କୁଟରରେ ନିଆଁକୁ ଲାଗିଯିବା ପରେ, ସେଠାରେ ଠିଆ ହୋଇଥିବା ଲୋକମାନେ ଦୌଡ଼ି ପଳାଉଥିବା ଦେଖିବାକୁ ମିଳୁଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ଏହା ଖରାପ ବ୍ୟାଟେରୀ କାରଣରୁ ହୋଇଥିବା ଅନୁମାନ କରାଯାଉଛି।