ବାହାଘରର ୪୦ ଦିନ ପରେ ଡିଭୋର୍ସ, ସ୍ତ୍ରୀ କହିଲେ ଆଦୌ ଗାଧାନ୍ତିନି ସ୍ବାମୀ ମୁଁ ତାଙ୍କ ପାଖରେ ଶୋଇ ପାରିବିନି, ଜାଣନ୍ତୁ ପୁରା ଘଟଣା

 
Husband wife

କଥାରେ ଅଛି ଘର କରିଥିଲେ ପଥର ପଡ଼ିଲେ ସହି । ଘର କରିଥିଲେ ଅନେକ କଳି ଝଗଡ଼ା ହୋଇଥାଏ । ଆଉ ପୁଣି ସ୍ଵାମୀ ସ୍ତ୍ରୀ ଏକାଠି ହୋଇ ଯାଇଥାନ୍ତି । କିନ୍ତୁ ଏବେ ଏହି ଘଟଣା ପୁରା ଅଲଗା । ସ୍ଵାମୀ ସ୍ତ୍ରୀ ଏକାଠି ରହୁଥିଲେ। ତାଙ୍କର ନୂଆ ନୂଆ ବିବାହ ହୋଇଥିଲା । ଆଉ ସେମାନେ ବିବାହର ମାତ୍ର ୪୦ ଦିନ ପରେ ଅଲଗା ହେଇ ଯାଉଛନ୍ତି । ବିବାହର ୪୦ ଦିନ ପରେ ଏଭଳି କଣ ଘଟିଲା ଯେଉଁଥିପାଇଁ ସ୍ଵାମୀ ସ୍ତ୍ରୀ ଅଲଗା ହେବେ ବୋଲି ଭାବିଲେ । 

Divorce

ଉତ୍ତରପ୍ରଦେଶର ଆଗ୍ରାରେ ଏପରି ଡିଭୋର୍ସ ଫାଇଲ କରିଛନ୍ତି ସ୍ତ୍ରୀ । ଏହି ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର କାରଣ ହେଉଛି ସ୍ଵାମୀ ଜଣକ ଗାଧୋଉ ନଥିଲେ । ଆଉ ସେ ନ ଗାଧୋଇବାରୁ ଏଭଳି କିଛି ସ୍ତ୍ରୀ ଜଣକ କରିଥିଲେ ।ସ୍ଵାମୀ ଜଣକ ଗାଧାନ୍ତି ନାହିଁ ଆଉ ତାଙ୍କର ଦେହ ଦୁର୍ଗନ୍ଧ ହୋଇଥାଏ । ଆଉ ଏହି କାରଣରୁ ସ୍ତ୍ରୀ ଜଣକ ତାଙ୍କ ସହିତ ରହିବାକୁ ଚାହୁଁ ନଥିଲେ। 

ସେଥିପାଇଁ ବିବାହର ୪୦ ଦିନ ପରେ ସେ ଛାଡ଼ପତ୍ର ନେବାକୁ ଚାହୁଁଥିଲେ । ସ୍ତ୍ରୀ ଜଣକ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାର ଆହୁରି ଅନେକ କାରଣ ରହିଛି । ସ୍ଵାମୀ ଜଣକ ସ୍ତ୍ରୀ ଜଣଙ୍କୁ ନିର୍ଯ୍ୟାତନା ଦେଉଥିଲେ । ଆଉ ଏଭଳି ଅନେକ କାରଣ ରହିଛି ତାଙ୍କର ବିଛେଦର । ତେବେ ଏପରି ଅନେକ ମାମଲାକୁ ନେଇ ସ୍ତ୍ରୀ ଛାଡପତ୍ର ଦାବିରେ ଫ୍ୟାମିଲି କୋର୍ଟର ଦ୍ବାରସ୍ଥ ହୋଇଥିଲେ । 

ତେବେ ଅନେକ ଆଲୋଚନା ଏବଂ ବୁଝାମଣା ପରେ ସ୍ବାମୀ ଆଗାମୀ ଦିନରେ ପରିଷ୍କାର, ପରିଚ୍ଛନ୍ନ ରହିବେ ବୋଲି ମାନିଥିଲେ କିନ୍ତୁ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ପାଖରେ ରହିବାକୁ ରାଜି ହୋଇନଥିଲେ । ମହିଳାଙ୍କ ପରିବାର ଲୋକେ ମଧ୍ୟ ଯୌତୁକ ନିର୍ଯାତନା ଦେଇଛନ୍ତି ତାଙ୍କ ଝିଅକୁ ବୋଲି ଅଭିଯୋଗ ଆଣିଥିଲେ । ଏବେ ଏହି ମାମଲା ଫ୍ୟାମିଲି କୋର୍ଟରେ ଚାଲିଛି । 

ଏହି ଘଟଣାରେ ଆଗାମୀ ସେପ୍ଟେମ୍ବର ୨୨ ତାରିଖରେ ଆଉ ଥରେ ଫ୍ୟାମିଲି କୋର୍ଟରେ ବିଚାର କରାଯିବ । ବିବାହର ଏତେ କମ ଦିନରେ ଏପରି ଘଟଣାକୁ ନେଇ ଛାଡପତ୍ର ଦାବି ହୋଇଥିବାରୁ ଏହି ଘଟଣା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।