ଦେଖନ୍ତୁ ଭିଡିଓ: ଜି୨୦ ରେ ଓଡ଼ିଶାର କୋଣାର୍କ ମନ୍ଦିରକୁ ନେଇ ଚର୍ଚ୍ଚା, ଓଡ଼ିଶା କଥା ଶୁଣି ତାଜୁବ୍ ହେଲେ ବାଇଡେନ୍

 
Biden on odisha

ଯେତେବଳେ ଓଡ଼ିଶାର ପରିଚୟ ତଥା ଗର୍ବ ଓ ଗୌରବ କଥା କୁହାଯାଏ ସେତେବେଳ ଦୁଇଟି ଜିନିଷ ଆଖି ସାମ୍ନାକୁ ଆସି ଥାଏ।ଗୋଟିଏ ପୁରୀ ଜଗନ୍ନାଥ ମନ୍ଦିର ଓ ଆଉ ଗୋଟିଏ କୋଣାର୍କ ସୂର୍ଯ୍ୟ ମନ୍ଦିର। ଭାରତର ପ୍ରାଚୀନ କାରୁ କାର୍ଯ୍ୟ ଯେ କେତେ ଉଚ୍ଚକୋଟୀର ଥିଲା କୋଣାର୍କ ତାର ଏକ ଜ୍ୱଳନ୍ତ ଉଦାହରଣ। ତ୍ରୟୋଦଶ ଶତାବ୍ଦୀରେ ରାଜା ପ୍ରଥମ ନରସିଂହ ଦେବଙ୍କ ଶାସନ ସମୟରେ ନିର୍ମିତ ହୋଇଥିଲା, ଏହି କୋଣାର୍କ ମନ୍ଦିର। ଏହି ମନ୍ଦିରଟି ସଂପୂର୍ଣ୍ଣ ରୂପେ ପଥରରେ ନିର୍ମିତ। ବିନା ଯନ୍ତ୍ରପାତି ରେ ଏତେ ନିଖୁଣ, ଉଚ୍ଚକୋଟୀର କାର୍ଯ୍ୟଶୈଳି ତା ପୁଣି ପଥରରେ ସମସ୍ତଙ୍କୁ ବେଶ୍ ଆକର୍ଷଣ କରିଛି।

କେବଳ ଭାରତ କି ଓଡ଼ିଶା ନୁହେଁ ସାରା ବିଶ୍ବରେ ପ୍ରଂଶସା ସାଉଁଟିଛି ଏହି ମନ୍ଦିର। G20 ସମ୍ମିଳନୀ ଅବସରରେ ଭାରତ ମଣ୍ଡପମ୍ ଠାରେ ଶୋଭା ପାଇଥିଲା କୋଣାର୍କ ଚକ୍ର। ଯାହା ସାମ୍ନାରେ ଛିଡ଼ା ହୋଇ ସମସ୍ତ ରାଷ୍ଟ୍ର ମୁଖ୍ୟଙ୍କୁ ସ୍ଵାଗତ କରୁଥିଲେ ଆମ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏତେ ସୁନ୍ଦର ସାଜସଜ୍ଜା ମଧ୍ୟରେ କିନ୍ତୁ ସମସ୍ତଙ୍କର ନଜର ରହିଥିଲା ଏହି ଚିତ୍ର ପ୍ରତିମା ଉପରେ। ସମସ୍ତେ ବେଶ୍ ଆଗ୍ରହ ପ୍ରକାଶ କରିଥିଲେ ଏହି କୋଣାର୍କ ଚକ୍ର ବିଷୟରେ ଅଧିକ ଜାଣିବା ପାଇଁ।
Hhy
ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଠାରୁ ଆରମ୍ଭ କରି ୱାସିଂଟନ୍ ଡିସିର ପ୍ରଧାନମନ୍ତ୍ରୀ ଯୋ ବାଇଡେନ୍ ଜାପାନ ର ପ୍ରଧାନ ମନ୍ତ୍ରୀ ଫୁମିଓ କିଶିଦା, ଅଷ୍ଟ୍ରେଲିଆର ପ୍ରଧାମନ୍ତ୍ରୀ ଆଁଥୋନି ଆଲବାନେସେ ସମସ୍ତେ ବେଶ୍ ପ୍ରଂଶଶା କରିବା ସହିତ କିଛି କ୍ଷଣ ପାଇଁ ଚାହିଁ ରହିଥିଲେ ଏହି ଏବଂ ବିଭିନ୍ନ ପ୍ରଶ୍ନ ମଧ୍ୟ ପଚାରିଥିଲେ ଏହାର କାରୁକାର୍ଯ୍ୟ କୁ ନେଇ।ଅନେକ ରାଷ୍ଟ୍ରଦୂତ ତ ସେଲଫି ମଧ୍ୟ ଉଠାଇଥିଲେ ଏହା ସାମ୍ନାରେ।
ଏପଟେ ନୂତନ ନିର୍ମିତ ସଂସଦ ଭବନରେ ମଧ୍ୟ ଶୋଭା ବଢ଼ାଉଛି କୋଣାର୍କ ଚକ୍ର।କେବଳ ସେତିକି ନୁହେଁ ନିକଟରେ ଏୟାର ଇଣ୍ଡିଆ ମଧ୍ୟ ନିଜ ଲୋଗୋରେ ସାମିଲ୍ କରିଛି ଏହାକୁ।
ଓଡ଼ିଶାର ବିଶ୍ଵ ହକି ଅବସରରେ କୋଣାର୍କ ମନ୍ଦିର ଚକ୍ରକୁ ବି ପ୍ରଦର୍ଶନ କରା ଯାଇଥିଲା। ସବୁ ଠାରୁ ଗର୍ବର ବିଷୟ ଏହି କି ଯେ କୋଣାର୍କ ମନ୍ଦିରରେ ପ୍ରାଚୀନ କାରୁ କାର୍ଯ୍ୟ କେବଳ ଭାରତରେ ସୀମିତ ହୋଇ ନାହିଁ। ଭାରତର ସ୍ଵାଧୀନତା ଦିବସ ଅନୁସାରେ ନିୟୁ ୟର୍କ ର ଟାଇମ୍ ସ୍କୋୟାର ଠାରେ ବିକାଶ ଖନ୍ନା ଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଥିଲା ଏହି ପ୍ରତିମା।
ଜଣେ ଓଡ଼ିଶା ବାସି ତଥା ଭାରତୀୟ ହିସାବରେ ଏହା ଆମ ପାଇଁ ନିଶ୍ଚୟ ଗର୍ବର ବିଷୟ।ଅନେକ ଓଡ଼ିଶା ବାସୀ ତଥା ଭାରତୀୟ ହିସାବରେ ଏହା ଆମ ପାଇଁ ନିଶ୍ଚୟ ଗର୍ବର ବିଷୟ। ଅନେକ ଓଡ଼ିଶା ବାସୀ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଡ଼ିଶାକୁ ଏକ ପଛୁଆ ରାଜ୍ୟ ହିସାବରେ ଗ୍ରହଣ କରାଯାଇଥିବା ବେଳେ ଓଡ଼ିଶାର ଐତିହାସିକ ଘଟଣାବଳି ଆମକୁ ମନେ ପକାଇ ଦେଉଛି ଯେ ଆମେ ପଛୁଆ ନୁହେଁ ବରଂ ଅନେକ ଆଗରେ।