ବିଫଳ ହେଲା ଇସ୍ରୋର ପ୍ରଚେଷ୍ଟା, ନିଦରୁ ଉଠୁ ନାହାନ୍ତି ବିକ୍ରମ ଓ ପ୍ରଜ୍ଞାନ, ମିଳୁନି କୋୖଣସି ସିଗ୍ନାଲ, ଜାଣନ୍ତୁ ପୁରା ଖବର

 
Chandrayan 3

ରାତି ଯାଇଛି ଦିନ ଆସିଛି। ଦୀର୍ଘ ଚଉଦ ଦିନ ଅପେକ୍ଷାର ସମାପ୍ତ ଘଟିଛି। ହେଲେ ଲାଗୁଛି ବିକ୍ରମ ଓ ପ୍ରଜ୍ଞାନ ର ନିଦ ଏବେ ବି ସଂପୂର୍ଣ୍ଣ ହୋଇ ନାହିଁ। ଇସ୍ରୋ ଦୁହିଁଙ୍କୁ ଉଠାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏ ଯାଏଁ କୌଣସି ସିଗ୍ନାଲ ମିଳି ପାରି ନାହିଁ। ଯାହା ନେଇ ସୂଚନା ଜାରି କରିଛି I

ଫ୍ଟ୍ର୍ତ୍ତ

SRO। ଚନ୍ଦ୍ରୟାନ - ୩ ର କାର୍ଯ୍ୟସୁଚି ତ ଆପଣ ମାନେ ଜାଣିଛନ୍ତି।ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡ କରି ଏହା ପ୍ରାୟ ୧୪ ଦିନ ନିରନ୍ତର ଭାବେ ତଥ୍ୟ ପ୍ରଦାନ କରିଥିଲା ଚନ୍ଦ୍ରରୁ। ହେଲେ ଦୁହେଁ ସୌର ଶକ୍ତିରେ ଚାଳିତ ହେତୁ ଆଗାମୀ ୧୪ ଦିନ ଚନ୍ଦ୍ରରେ ସୂର୍ଯ୍ୟାଲୋକର ଅନୁପସ୍ଥିତିରେ ନିଷ୍କ୍ରିୟ ତଥା ବିଶ୍ରାମ ଅବସ୍ଥାରେ ରହିଥିଲେ।

ସୂର୍ଯ୍ୟାଲୋକର ଅନୁପସ୍ଥିତିରେ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁ ଯେଉଁଠାରେ ଚନ୍ଦ୍ରୟାନ - ୩ ଅବତରଣ କରିଥିଲା ସେଠାରେ ତାପମାତ୍ରା ପ୍ରାୟ ମାଇନସ୍ ୧୨୦ ରୁ ୧୫୦ ଡିଗ୍ରୀ ସେଲସିଅସ ରହିଥିଲା।ଯାହାକୁ କି ସହ୍ୟ କରିବା ଯନ୍ତ୍ରପାତି ପକ୍ଷରେ ଅସମ୍ଭବର ବ୍ୟାପାର।

Isro

ତେଣୁ କରି ପୂର୍ବରୁ ହିଁ ଚନ୍ଦ୍ରୟାନକୁ ତାର ଅବତରଣ ପଏଣ୍ଟ ସିବଶକ୍ତି ଠାରେ ସ୍ଲିପିଂ ମୁଡ଼ରେ ରଖା ଯାଇଥିଲା। କେବଳ ରିଶିଭର କୁ ଅନ୍ ରଖି ବାକି ସବୁ ଯନ୍ତ୍ର ପାତିକୁ ବନ୍ଦ କରି ଦିଆଯାଇଥିଲା। ଏଥି ମଧ୍ୟରେ ବିତି ଯାଇଛି ଅନ୍ଧାର ରାତିର ୧୪ ଦିନ। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୂରେ ପୁଣି ଉଦୟ ହୋଇଛି ସୂର୍ଯ୍ୟ। ସୂର୍ଯ୍ୟ ଉଦୟ ହେବା ପରେ ISRO ତାର ପ୍ରୟାସ ଆରମ୍ଭ କରିଛି ଚନ୍ଦ୍ରୟାନକୁ କାର୍ଯ୍ୟକ୍ଷମ କରିବା ପାଇଁ।