ଦେଖନ୍ତୁ ଭିଡିଓ: ଚଳନ୍ତା କାର୍ ରେ ରିଲ୍ କରୁଥିଲେ ୨ ଯୁବତୀ, ଅଚାନକ୍ ବିଗିଡିଲା ବାଲାନ୍ସ, ଆଉ ତାପରେ ଯାହା ହେଲା

 
Jubati

ଚାଳିତ କାରରେ ରିଲ୍ସ କରୁଥିବା ବେଳେ ଚାଲି ଯାଇଥାନ୍ତା ଜୀବନ । ରିଲ୍ସ କରି ଭାଇରାଲ୍ ହେବା ନିଶାରେ ଆଜିର ଯୁବ ପିଢ଼ିର ନା ଅଛି ନିଜ ଜୀବନ ପ୍ରତି ଭୟ ନା ଅନ୍ୟମାନଙ୍କର । ବାସ୍ ରିଲ୍ସ ଟା ଭାଇରାଲ୍ ହେଇଯାଉ ରାତା ରାତି ଫେମସ୍ ବି ତ ହେବାର ଅଛି ।

କମ୍ ପରିଶ୍ରମରେ ଅଧିକ ଲୋକପ୍ରିୟତା ପାଇବା ଆଶାରେ ଆଜିର ଯୁବ ପିଢ଼ି କେତେବେଳେ କେଉଁ ଭିଡିଓ ବନୋଉଛନ୍ତି ତାହା ଜାଣିବା ମୁସ୍କିଲ ହୋଇ ପଡୁଛି ।

ସି

ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଭିନ୍ନ ଭିନ୍ନ ଲୋକେ ଭିନ୍ନ ଭିନ୍ନ ମତ ରଖୁଛନ୍ତି ନିଜର । ଭିଡିଓଟିରେ ଦେଖିବାକୁ ମିଳିଛି ୪ ଜଣ ଝିଅ ଗୋଟିଏ ଚାଳିତ କାରରେ ଛିଡ଼ା ହୋଇ ଭିଡିଓ ବନଉଛନ୍ତି ।

ହଠାତ୍ ଗାଡ଼ି ଚଳାଉଥିବା ଝିଅଟି ନିଜର ବାଲାନ୍ସ ହରାଇ ବସିବାରୁ ପରିସ୍ଥିତି ପୁରା ଭୟଙ୍କର ହୋଇ ପଡିଥିଲା । ହେଲେ ଭାଗ୍ୟବଶତଃ ବାହାର କିଛି କ୍ଷତି ହୋଇନାହିଁ । ହେଲେ ଥରେ ଭାବି ଦେଖନ୍ତୁ ତ ଜୀବନ ଯିବାକୁ ଆଉ କେତେ ସମୟ ବାକିଥିଲା ।

ଭିଡିଓ ବନାନ୍ତୁ କି ରିଲ୍ସ୍ କରନ୍ତୁ ଏହା କିଛି ଭୁଲ୍ ବୋଲି ଆମେ କହୁ ନାହୁଁ । ହେଲେ ସର୍ବ ପ୍ରଥମେ ନିଜର ସୁରକ୍ଷା ପ୍ରତି ସାବଧାନ ହୁଅନ୍ତୁ ।