ଭାରତ ଓ ମାଲଦ୍ଵିପ ବିବାଦରେ ଏପରି ମନ୍ତବ୍ୟ ଦେଲେ ଧୋନି, ଭିଡିଓ ହେଲା ଭାଇରାଲ୍

 
Dhoni on Maldives
ଭାରତ ଓ ମାଲଦ୍ଵିପ ବିବାଦରେ ଏପରି କହିଲେ କ୍ରିକେଟ୍ ର ପୂର୍ବେତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଭିଡିଓ କାଫି ତେଜିରେ ହେଉଛି ଭାଇରାଲ୍ । ଯେଉଁଥିରେ ଧୋନି ଏପରି କହୁଥିବାର ନଜର ଆସୁଛନ୍ତି । 

ତ୍

ନିକଟରେ ଭାରତ ଓ ମାଲଦ୍ଵିପ ବିବାଦକୁ ନେଇ ଭାରତରେ ଦେଖା ଦେଇଛି ତୀବ୍ର ପ୍ରତିକ୍ରିୟା । ଯେଉଁଥିରେ ସେଲିବ୍ରେଟି ଠାରୁ ଆରମ୍ଭ କରି କ୍ରିକେଟର ମାନେ ମଧ୍ୟ ଦେଇଛନ୍ତି ନିଜ ନିଜର ମତ । କ୍ରିକେଟର ତେନ୍ଦୁଲକର , ସୁରେଶ ରାଇନା , ସେହୱାଗ ସମେତ ଅନ୍ୟ କ୍ରିକେଟର ମାନେ ମଧ୍ୟ ଟୁଇଟ ଜରିଆରେ ଜଣାଇଛନ୍ତି ନିଜ ନିଜର ପ୍ରତିକ୍ରିୟା ।

WhatsApp Channel (Join Now) Join Now

ବର୍ତ୍ତମାନ ଏ ନେଇ ଧୋନିଙ୍କର ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ସେ ଏହି ଭିଡିଓରେ କହୁଛନ୍ତି ସେ ନିଜର ଟ୍ରାଭେଲ ଜର୍ଣି ଭାରତରୁ ହିଁ ଆରମ୍ଭ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ପତ୍ନୀ ସାକ୍ଷୀ ଧୋନି ଟ୍ରାଭେଲ୍ କରିବାକୁ ବେଶ୍ ପସନ୍ଦ କରନ୍ତି । ହେଲେ ନିଜ ବ୍ୟସ୍ତ ବହୁଳ ଜୀବନ ହେତୁ ସେ ଏହାର ସୁଯୋଗ ପାଇ ନାହାନ୍ତି । 

ହେଲେ ସେ ଯେବେ ବି ବୁଲିବା ଆରମ୍ଭ କରିବେ ସେ ପ୍ରଥମେ ନିଜ ଦେଶ ଭାରତରୁ ହିଁ ଏହାର ଶୁଭାରମ୍ଭ କରିବେ ବୋଲି କହିଛନ୍ତି ଏବଂ ଭାରତ ବୁଲି ସାରିବା ପରେ ଅନ୍ୟ ଦେଶ ବୁଲିବେ । ଭାରତ ଓ ମାଲଦ୍ଵିପ ବିବାଦ ପରେ ସମସ୍ତଙ୍କର ନଜର ଏବେ ଭାରତ ଉପରେ ରହିଛି । ହେଲେ ଏପରି ମନ୍ତବ୍ୟ ଧୋନି ପୂର୍ବରୁ ହିଁ ଦେଇଥିଲେ । ଯେଉଁ ଭିଡିଓ ଏବେ ଭାଇରାଲ୍ ହେଉଛି ।