ମରିବାକୁ କମ୍ ସମୟ ଅଛି ଜାଣି ମଧ୍ୟ ପ୍ରେମିକକୁ ବିବାହ କଲେ ଯୁବତୀ! ଜାଣନ୍ତୁ ଘଟଣା ପଛର କାହାଣୀ

 
Love story

ବର୍ତ୍ତମାନ ସମୟରେ ପ୍ରେମକୁ ନେଇ ନାନା କଥା ଶୁଣିବାକୁ ମିଳୁଛି। ନାନା ଉଦାହରଣ ବି ଦେଖିବାକୁ ମିଳୁଛି। ସମାଜରେ ଘଟୁଥିବା ଘଟଣାକୁ ଦେଖି ଲୋକେ କହୁଛନ୍ତି ପ୍ରକୃତ ପ୍ରେମ ଆଉ ଏ ଦୁନିଆରେ ନାହିଁ। ସମସ୍ତେ ଏଠି ଛଳନା ଓ ପ୍ରତାରଣାର ଶିକାର। ହେଲେ ହୁଏ ତ ଏପରି ଭାବିବା ଭୁଲ। କାରଣ ଦୁନିଆରେ ଉଭୟ ଭଲ ଓ ଖରାପ୍ ଶ୍ରେଣୀର ଲୋକ ରହିଛନ୍ତି। ସମସ୍ତେ ଯେ ସ୍ବାର୍ଥବାଦୀ ତାହା କହିବା ହୁଏ ତ ସମ୍ପୂର୍ଣ ରୂପେ ଭୁଲ୍ ଅଟେ।

ଛ୍ଥ

କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ପ୍ରେମ ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଯେଉଁମାନେ ବିଶ୍ୱାସ ଓ ଭାରସାର ସହିତ ପ୍ରେମ କରନ୍ତି। ଏପରି ଏକ ଘଟଣା ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲା ପରେ ଆପଣ ମାନଙ୍କ ମନରେ ପ୍ରେମକୁ ନେଇ ଯେଉଁ ଅବିଶ୍ବାସ ମନରେ ରହିଛି ତାହା ହୁଏ ତ ଦୂର ହୋଇଯାଇ ପାରେ। ଆପଣ ମାନେ ବି କହିବେ ୟାକୁ ହିଁ କହନ୍ତି ପ୍ରକୃତ ପ୍ରେମ। ଯେଉଁଠାରେ ନା ସ୍ବାର୍ଥ ରହିଛି ନା ଟଙ୍କା ପଇସାର ଲୋଭ।

ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଡିମ୍ପଲ୍ ପର୍ମାନ୍ ଓ ନୀତେଶଙ୍କ କାହାଣୀ। ଦୁହେଁ କଲେଜରେ ପଢ଼ିବା ସମୟରେ ପ୍ରେମ ସଂପର୍କରେ ବାନ୍ଧି ହୋଇଥିଲେ। ଏହାର ଗଭୀରତା ଓ ପବିତ୍ରତା ଏତେ ଥିଲା ଯେ ଦୁହେଁ ଦୁହିଁଙ୍କ ସହିତ ସାରା ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଥିଲେ। ଭଗଵାନଙ୍କ ଖେଳ ବି ଅଜିବ। ସେ ସବୁ ବେଳେ ଭଲ ଜିନିଷକୁ ପରଖିବା ପାଇଁ ତାର ବେଶୀ ପରୀକ୍ଷା ନିଅନ୍ତି।

Love story

ନୀତେଶ ନିଜର ସମସ୍ତ ଅକୁହା କଥା ସେୟାର କରନ୍ତି ଡ଼ିମ୍ପଲ୍ ଙ୍କ ସହିତ। କିଛି ଦିନର ପ୍ରେମ ସଂପର୍କ ପରେ ନୀତେଶଙ୍କ ସ୍ୱାସ୍ଥ୍ୟ ଖରାପ୍ ହେବାରେ ଲାଗିଲା। ଡାକ୍ତରଙ୍କ ସହ ପରାମର୍ଶ ପରେ ଜଣା ପଡିଲା ଯେ ତାଙ୍କୁ କ୍ୟାନ୍ସର ହୋଇଛି ବୋଲି। ଡିମ୍ପଲ୍ ଏହା ଜାଣିବା ପରେ ମଧ୍ୟ ନୀତେଶଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଧୀରେ ଧୀରେ ନୀତେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରେ ଲାଗିଲା। ଯାହା ପରେ ସେ ଜାଣିବାକୁ ପାଇଲେ ତାଙ୍କର ପୁରା ଶରୀରରେ କ୍ୟାନ୍ସର ବ୍ୟାପି ଯାଇଛି। ସେ ଆଉ ମାତ୍ର ଛଅ ମାସ ବଞ୍ଚିବେ। ଡିମ୍ପଲ୍ ନିତେଶଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ପ୍ରୟାସ କରି ମଧ୍ୟ ଫେଲ ମାରିଲେ। ଶେଷରେ ନୀତେଶ ସବୁ ଦିନ ପାଇଁ ଆଖି ବୁଜି ଦେଲେ।