ମିଳିଲାନି ଖାଇବାକୁ ଫଟୋଗ୍ରାଫର ବର ସାମ୍ନାରେ ଡିଲିଟ୍ କରିଦେଲେ ବାହାଘରର ସବୁ ଫଟୋ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Photographer delete all photos

ବିବାହ ସହ ଜଡିତ ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁ ଥିରେ ଖାଇବା ନମିଳିବାରୁ ଜଣେ ଫଟୋଗ୍ରାଫର ବାହାଘରର ସବୁ ଫଟୋ ଡିଲିଟ୍ କରିଦେଇଛନ୍ତି। ଏହା ଜାଣିବା ପରେ ସମସ୍ତେ ଚାହିଁବେ ଫଟୋଗ୍ରାଫକୁ ଆଗ ଖାଇବାକୁ ଦେବାକୁ। ଖବର ଅନୁଯାୟୀ ରେଡ୍ଡିଟ୍ରେ ଜଣେ ଫଟୋଗ୍ରାଫର ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ପ୍ରକୃତରେ, ତାଙ୍କୁ ବିବାହରେ ଖାଦ୍ୟ ଖାଇବାକୁ ଦିଆଯାଇନଥିଲା, ସେଥିପାଇଁ ସେ ରାଗି ଯାଇଥିଲେ ଏବଂ ବରର ଆଖି ସାମ୍ନାରେ ବିବାହର ସମସ୍ତ ଫଟୋ ଡିଲିଟ କରିବା ପରେ ସେ ସେଠାରୁ ଚାଲିଯାଇଥିଲେ। ଏହି ରେଡ୍ଡିଟ୍ ପୋଷ୍ଟ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏଥିରେ ଅଧିକାଂଶ ଲୋକ ଫଟୋଗ୍ରାଫରଙ୍କୁ ସମର୍ଥନ କରୁଛନ୍ତି।

Photographer

ସୂଚନାଯୋଗ୍ୟ, ଫଟୋଗ୍ରାଫର 250 ଡଲାରରେ (18,570 ଟଙ୍କା) ବିବାହରେ ଫଟୋଗ୍ରାଫ୍ କରିବାକୁ ରାଜି ହୋଇଥିଲେ। ସେ ସକାଳ ପ୍ରାୟ 11 ଟା ସମୟରେ ତାଙ୍କର କାମ ଆରମ୍ଭ କରିଥିଲେ, ଯାହା ପ୍ରାୟ 7:30 ରେ ଶେଷ ହେବାର ଥିଲା। କିନ୍ତୁ ରାତି ପ୍ରାୟ 5 ଟା ବେଳେ ଯେତେବେଳେ ଖାଦ୍ୟ ପରିବେଷଣ କରାଯାଉଥିଲା, ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ସେ ଖାଇ ପାରିବେନି ନାହିଁ ଏବଂ ଆହୁରି ଫଟୋ ଉଠେଇବାକୁ କୁହାଯାଇଥିଲା।

Photography

ବ୍ୟକ୍ତି ଜଣକ ଆହୁରି ମଧ୍ୟ କହିଥିଲେ ଯେ ସେ ଏହି କାମରେ ଏତେ ଥକି ଯାଇଥିଲେ ଯେ ସେ ତାଙ୍କ ନିଷ୍ପତ୍ତିରେ ଅନୁତାପ କରିବାକୁ ଲାଗିଲେ। ସେଠାରେ ଅବସ୍ଥା ବହୁତ ଖରାପ ଥିଲା। ସେହି ସ୍ଥାନରେ କୋୖଣସିଣ ଏସି ନଥିଲା, ଯେଉଁ କାରଣରୁ ସେଠାରେ ଅତ୍ୟଧିକ ଗରମ ଥିଲା। ଏଭଳି ପରିସ୍ଥିତିରେ ସେ ବରକୁ କହିଥିଲେ ଯେ ମୋତେ 20 ମିନିଟର ବିରତି ଦରକାର, ଯାହାଫଳରେ ମୁଁ କିଛି ଖାଇ ପାରିବି। କିନ୍ତୁ ଏହା ଉପରେ ବର ତାଙ୍କୁ ଫଟୋଗ୍ରାଫି କରିବାକୁ ଏବଂ ନକଲେ ଟଙ୍କା ଦିଆଯିବନି ବୋଲି ଧମକ୍ ଦେଇଥିଲେ।

Photographer

ଏହା ଶୁଣିବା ପରେ ଫଟୋଗ୍ରାଫରଙ୍କ ରାଗି ଯାଇଥିଲେ। ଏହାପରେ ସେ ତୁରନ୍ତ ବରକୁ ଥରେ ପଚାରିଲେ ସତରେ? ଏବଂ ହଁ କହିବା ମାତ୍ରେ ଫଟୋଗ୍ରାଫର ତାଙ୍କ ସାମ୍ନାରେ ନିଆଯାଇଥିବା ସମସ୍ତ ଫଟୋ ଡିଲିଟ କରି ଦେଇଥିଲେ ଏବଂ କହିଥିଲେ ମୁଁ ଆଉ ତୁମର ଫଟୋଗ୍ରାଫର ନୁହେଁ। ଯଦି ମୋତେ 18 ହଜାର ଟଙ୍କା ଦେବାକୁ ପଡିବ ତ ମୁଁ ଦେଇକି କେଉଁ ଠାରେ ଖାଇବା ଖାଇବି। ଏହାପରେ ସେ ସେଠାରୁ ଚାଲି ଯାଇଥିଲେ। ତେବେ ବାହଘର ଲୋକଙ୍କ ପକ୍ଷରୁ ଫଟୋଗ୍ରାଫରଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି।