ମାଲିକାଣୀଙ୍କ ଅମାନବୀୟ ଦଣ୍ଡ: ଦରମା ମାଗିବାରୁ ଦଳିତ ଯୁବକକୁ ମାଡ଼ ମାରି କହିଲେ- ଜୋତା ଚାଟ୍ ଆଗ, ଜାଣନ୍ତୁ ପୁରା ଘଟଣା

 
Malikani

ମାଲିକାଣୀକୁ ଦରମା ମାଗିବାରୁ କର୍ମଚାରୀଙ୍କୁ ପାଦର ଚପଲ ବୁହାଇଲେ ମାଲିକାଣୀ । ଏ ନେଇ ଥାନାରେ ଅଭିଯୋଗ ପରେ ସଂପୃକ୍ତ ଅଭିଯୋଗକାରୀ ମାନେ ଫେରାର ରହିଛନ୍ତି । ଯାହାଙ୍କୁ ଧରିବା ପାଇଁ ପୋଲିସ୍ ଦ୍ୱାରା ଗଠନ କରା ଯାଇଛି ଏକ ସ୍ଵତନ୍ତ୍ର ଟିମ୍ ।

Maliakni

କାରଣ ମାଲିକାଣୀ ଜଣକ କେବଳ ଚପଲ୍ ବୁହାଇ ନ ଥିଲେ ତାଙ୍କୁ ମାଡ ମାରିବା ସହ ଧମକ ମଧ୍ୟ ଦେଇଥିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ମୋର୍ବି ଜିଲ୍ଲାରେ । ସୂଚନା ଅନୁଯାୟୀ ରାଣିବା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ଼ର ମାଲିକାଣୀ ବିଭୂତି ପଟେଲ୍ ଗତ ମାସରେ ନିଲେଶ୍ ଦଲ ସାନୀୟା ନାମକ ଜଣେ ଯୁବକକୁ କାମରେ ରଖିଥିଲେ ।

ଏଗରିମେଣ୍ଟ ଅନୁସାରେ ସଂସ୍ଥା ତରଫରୁ ତାଙ୍କୁ ୧୨, ୦୦୦ଟଙ୍କା ଦରମା ମିଳିଥାନ୍ତା । ହେଲେ କୌଣସି କାରଣ ବଶତଃ ମାତ୍ର ୧୮ଦିନ କାମ କରିବା ପରେ ଉକ୍ତ ଯୁବକ ନିଲେଶ କୁ ସେ ଚାକିରୀରୁ କାଢି ଦେଇଥିଲେ ।

Dalita jubaka

ଯାହା ପରେ ନିଲେସ ୧୮ ଦିନ ଧରି କରିଥିବା କାମର ଦରମା ମାଗିବା ପାଇଁ ମାଲିକାଣୀଙ୍କ ପାଖକୁ ଯିବାରୁ ମାଲିକାଣୀଙ୍କ ଭାଇ ସମେତ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ମାଡ ମାରିବା ସହିତ ଆଉ ସେଠାକୁ ନ ଯିବା ପାଇଁ ଧମକ ଦେଇଥିଲେ ।

ନିଲେସ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତାର କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ପୋଲିସ୍ ସେହି ସହରରେ ଅଭିଯୁକ୍ତ ମାନଙ୍କୁ ଖୋଜିବାରେ ବିଫଳ ହୋଇଥିଲା ।