କୁମ୍ଭମେଳାରେ ସୁନ୍ଦରୀ ମାତାଙ୍କୁ ଦେଖିବା ପାଇଁ ଲାଗିଛି ଭିଡ଼, ଜାଣନ୍ତୁ କିଏ ଏହି ମହିଳା

 
Mata

କୁମ୍ଭ ମେଳାରେ ମାତାଙ୍କୁ ଦେଖିବା ପାଇଁ ଲାଗିଛି ଭିଡ। ମହାକୁମ୍ଭରେ ବର୍ତ୍ତମାନ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛନ୍ତି ଏହି ସୁନ୍ଦରୀ ମାତା ଜଣଙ୍କ। ମାତାଙ୍କ ନାଁ ହେଉଛି ହର୍ଷା ରିଚାରୀୟା। ପ୍ରୟାଗରାଜର ଅନୁଷ୍ଠିତ ମହାକୁମ୍ଭରେ ଦେଶ ଏବଂ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରୁ ସାଧୁସନ୍ଥ ମାନେ ଏବଂ ମୁନିଋଷି ମାନେ ଆଉ ଅନେକ ଭକ୍ତ ମଧ୍ୟ ଆସି ପହଞ୍ଚିଛନ୍ତି। 

ଏହି କୁମ୍ଭ ମେଳାରେ ଅନେକ ସନ୍ଥ ମୁନିଋଷି ମାନଙ୍କ ସହିତ ଜଣେ ମାତା ଏବେ ନଜର ଆସିଛନ୍ତି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ, ହର୍ଷା ରିଚାରୀୟା ମାତାଙ୍କ ପୋଷାକ ପିନ୍ଧିଛନ୍ତି। କପାଳରେ ତିଳକ ଲଗାଇଛନ୍ତି ଆଉ ଫୁଲର ମାଳ ମଧ୍ୟ ବେକରେ ପକାଇଛନ୍ତି। ରଥ ଉପରେ ଚଢ଼ି ସେ ମହାକୁମ୍ଭରେ ପହଂଚିଛନ୍ତି। 

Harsha richariya

ସେହି ସମୟର ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସମସ୍ତଙ୍କ ମୋବାଇଲକୁ ଘୂରି ବୁଲୁଛି। ଯେତେବେଳେ ଜଣେ ମହିଳା ଗଣମାଧ୍ୟମର ପ୍ରତିନିଧି ମାତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ ସେ ଉତ୍ତରରେ କହିଥିଲେ ଯେ, "ମୁ ଉତ୍ତରାଖଣ୍ଡରୁ ଆସିଛି। ମୁଁ ଆଶ୍ଚର୍ଯ୍ୟ ମହାମଣ୍ଡଳଶ୍ୱରଙ୍କ ଶିଶ୍ୟା। ମୋର ଯାହା କରିବାର ଥିଲା ତାହା ଛାଡ଼ି ମୁ ଏବେ ମାତା ବା ସାଧି ବେଶ ଗ୍ରହଣ କରିଛି"। 

ହର୍ଷା କହିଥିଲେ ତାଙ୍କ ବୟସ ହେଉଛି ୩୦ ବର୍ଷ। ସେ ଗତ ୨ ବର୍ଷ ହେବ ମାତା ହେଇସାରିଛନ୍ତି। ହର୍ଷା ରିଚାରୀୟାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହର୍ଷାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଅନୁସାରେ ସେ ଜଣେ ସାମାଜିକ କର୍ମୀ। କିନ୍ତୁ ଯେତେବେଳେ ହର୍ଷା ନିଜେ ଏ ବେଶ ନେଇ ମହାକୁମ୍ଭରେ ପହଞ୍ଚିଛନ୍ତି ସାରା ବିଶ୍ଵର ନଜର ଏବେ ହର୍ଷାଙ୍କ ଉପରେ।