ପ୍ରଶାସନ ଲାଗୁ କଲା କଡ଼ା ନିୟମ, ଏଣିକି ପୁରୁଷଙ୍କୁ ଆଉ ମସାଜ୍ ଦେଇପାରିବେନି ମହିଳା, ଜାଣନ୍ତୁ ପୂରା ଖବର

 
Ladies massage

ସ୍ପା, ସେଲୁନ ଓ ବିୟୁଟି ପାର୍ଲରଗୁଡ଼ିକ ଉପରେ ଲାଗିଲା କଡ଼ା ପ୍ରତିବନ୍ଧକ। ଏଣିକି ପୁରୁଷ ମାନଙ୍କୁ ମସାଜ୍ ଦେଇପାରିବେନି ମହିଳା। ଗୌହାଟୀ ମୁନିସିପାଲ କର୍ପୋରେସନ ଦ୍ୱାରା ଏହିଭଳି ଏକ କଡ଼ା ନିଷ୍ପତ୍ତି ନିଆଯାଇଛି। ଫଳରେ ଏଠାରେ ଥିବା ବହୁ ନାମୀ ଦାମୀ ପାର୍ଲର, ସ୍ପା ଏବଂ ସେଲୁନ ଗୁଡ଼ିକ ଉପରେ ଏହାର ସିଧା ପ୍ରଭାବ ପଡିବ ବୋଲି ଆଶା କରାଯାଉଛି।

Spa

ପ୍ରଣୟନ ହୋଇଥିବା ଏହି ନିୟମ ଅନୁଯାଇ ସ୍ପା ଭିତରେ ମହିଳା ମାନଙ୍କୁ ଜଣେ ମହିଳା ଏବଂ ପୁରୁଷ ମାନଙ୍କୁ ଜଣେ ପୁରୁଷ ହିଁ ମସାଜ୍ କରାଇ ପାରିବେ। ଗୌହାଟୀ ଯୁଗ୍ମ କମିଶନର ସିଦ୍ଧାର୍ଥ ଗୋସ୍ୱାମୀଙ୍କ କହିବା ଅନୁଯାଇ ଏହି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯିବ। ଏହାକୁ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Saloon

କେବଳ ଏତିକି ନୁହେଁ ସେଲୁନ ଏବଂ ସ୍ପା ଗୁଡିକର ସାମ୍ନା କାଚ ଟ୍ରାନ୍ସପାରେଣ୍ଟ ରହିବ ଏବଂ ଏହି କବାଟ ଭିତର ପଟୁ ବନ୍ଦ କରାଯିବ ନାହିଁ। ଏପରିକି ଏହି ସବୁ ଦୋକାନରେ ମାଲିସ କିମ୍ବା ଥେରାପି ପାଇଁ କୌଣସି ପ୍ରକାରର ସ୍ୱତନ୍ତ୍ର ଚ୍ୟାମ୍ବର କିମ୍ବା ରୁମ ରହିବ ନାହିଁ ବୋଲି କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୌହାଟୀ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ କେତେକ ପାର୍ଲର ଏବଂ ସ୍ପା ଅଢୁଆଳ ଏଠାରେ ସେକ୍ସ ରାକେଟ୍ ଚାଲୁଅଛି। ଏହିପରି ସବୁ ଅନୈତିକ କାର୍ଯ୍ୟକୁ ରୋକିବା ପାଇଁ ଗୌହାଟୀ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି।