ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଶାରୀରିକ ସମ୍ପର୍କ ରଖି ବିବାହ ନ କରିବା ପ୍ରତାରଣାର ଅନ୍ତର୍ଭୂକ୍ତ ନୁହେଁ, ହେଲେ ଯଦି...

 
Saririk sampark

ଦୀର୍ଘ ଦିନ ଧରି ପ୍ରେମିକା ସହିତ ଶାରୀରିକ ସମ୍ପର୍କ ରଖିଥିଲେ ହେଁ ବିବାହ କରିବା ପାଇଁ ବାଧ୍ୟ ନୁହେଁ କିମ୍ବା ବିବାହ ନ କରିଲେ ତାହା ପ୍ରତାରଣା ନୁହେଁ ବୋଲି ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି। ଏହି ମାମଲାରେ ତଳ କୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଦୋଷୀ କରାଇ ଦେଇଥିବା ବେଳେ ବମ୍ବେ ହାଇକୋର୍ଟ ଯୁବକଙ୍କୁ ନିର୍ଦୋଷରେ ଖଲାସ କରି ଦେଇଛନ୍ତି।

Sex

ମିଳିଥିବା ସୂଚନା ଅନୁଯାଇ ପାଲଘରରେ ରହୁଥିବା କାଶୀନାଥ ଘରାତ ନିଜ ପ୍ରେମିକାଙ୍କ ସହିତ ଦୀର୍ଘ ୩ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଆସିଥିଲେ। କିନ୍ତୁ, ବିବାହ ପାଇଁ ରାଜି ନ ହେବାରୁ ଯୁବତୀ ଜଣକ ଏଥିନେଇ ଏତଲା ଦେଇଥିଲେ। ପୋଲିସ ଯୁବକଙ୍କ ଉପରେ ଧାରା ୩୭୬ ଓ ୪୧୭ କ୍ରମରେ ବଳତ୍କାର ଓ ପ୍ରତାରଣା ଭଳି ମାମଲା ଦାଖଲ କରିଥିଲା। ପ୍ରଥମ ଶୁଣାଣିରେ ଅତିରିକ୍ତ ସେସନ ଜଜ୍ ୧୯୯୯ ଫେବୃଆରୀ ୧୯ ତାରିଖରେ ସଂପୃକ୍ତ ଯୁବକଙ୍କୁ ବଳାତ୍କାର ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ କରିଥିବା ବେଳେ ଯୁବକଙ୍କୁ ପ୍ରତାରଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ।

Verdict

ଏଥିପାଇଁ ଯୁବକଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଦେବା ପାଇଁ କୋର୍ଟ ଶୁଣାଣିରେ ଉଲ୍ଲେଖ କରିଥିଲେ। ତେବେ, କାଶୀନାଥ ଏଥିନେଇ ହାଇକୋର୍ଟର ଦ୍ୱାରାସ୍ତ ହୋଇଥିଲେ ଯାହାର ଶୁଣାଣି ଦୁଇ ଦିନ ତଳେ ହୋଇଥିଲା। ଏଥିରେ ଜଷ୍ଟିସ୍ ଅନୁଜ ପ୍ରଭୂଦେଶାଇ କାଶୀନାଥଙ୍କୁ ନିର୍ଦୋଷରେ ଖଲାସ କରି ଦେଇଛନ୍ତି। ୩ ବର୍ଷ ଧରି ସେମାନଙ୍କ ଭିତରେ ଶାରୀରିକ ସମ୍ପର୍କ ରହିଥିଲେ ହେଁ ଯୁବତୀଙ୍କ ବୟାନରୁ କିଛି ସାବ୍ୟସ୍ତ ହୋଇ ପାରିନଥିଲା।