ପେଟ୍ରୋଲ ପରେ ଏବେ କମିଲା ଖାଇବା ତେଲର ଦର! ଜାଣନ୍ତୁ, କେଉଁଠାରେ କେତେ ଟଙ୍କା କମିଲା ଦର

 
Cost cut in cooking oil

ଗତ କିଛି ମାସ ହେବ ପେଟ୍ରୋଲ ଡିଜେଲ ସହିତ ଖାଇବା ତେଲର ଦରରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଥିଲା। ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଗୁଡିକର ଦର ବଢ଼ିବା ପରେ ସାଧାରଣ ଲୋକେ ଏହି ମହଙ୍ଗା ମାଡ଼ରେ ବହୁ ହନ୍ତସନ୍ତ ହୋଇଥିଲେ। ତେବେ, ଦୀପାବଳି ସମୟରେ ସରକାର ପେଟ୍ରୋଲ ଦର ସହିତ ଖାଇବା ତେଲର ଦରକୁ ମଧ୍ୟ କିଛି ମାତ୍ରାରେ ହ୍ରାସ କରିଛନ୍ତି। 

ଖାଦ୍ୟ ଏବଂ ସାର୍ବଜନିକ ବଣ୍ଟନ ବିଭାଗର ସଚିବ ସୁଦର୍ଶନ ପାଣ୍ଡେ ଶୁକ୍ରବାର କହିଛନ୍ତି ଯେ ଖାଇବା ତେଲର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି।  ଅନେକ ସ୍ଥାନରେ ଏହା ୨୦, ୧୮, ୧୦ ଏବଂ ୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଖଜୁରୀ,ବାଦାମ,ସୋୟାବିନ୍,ସୂର୍ଯ୍ୟମୁଖୀ ଏବଂ ସମସ୍ତ ପ୍ରମୁଖ ତେଲର ଦର ହ୍ରାସ ପାଇଛି। ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଖାଇବା ତେଲରେ ଏଭଳି ହ୍ରାସ ଖାଉଟି ମାନଙ୍କୁ ଅଶ୍ୱସ୍ତ କରିଛି।

୧.ଦିଲ୍ଲୀର ଖୁଚୁରା ବଜାରରେ ଖଜୁରୀ ତେଲ- ଲିଟର ପିଛା ୬ ଟଙ୍କା ହ୍ରାସ ପାଇଛି।

ଆଲିଗଡରେ ଖଜୁରୀ ତେଲ- ଲିଟର ପିଛା ୧୮ ଟଙ୍କା ହ୍ରାସ ପାଇଛି।

ମେଘାଳୟରେ ଖଜୁରୀ ତେଲ- ଲିଟର ପିଛା ୧୦ ଟଙ୍କା ହ୍ରାସ ପାଇଛି।

ତାମିଲନାଡୁରେ ଖଜୁରୀ ତେଲ- ଲିଟର ପିଛା ୫ ରୁ ୭ ଟଙ୍କା ହ୍ରାସ ପାଇଛି।

Palm oil

୨.ସେହିପରି ନଡ଼ିଆ ତେଲର ମଧ୍ୟ ଦର ମଧ୍ୟ ହ୍ରାସ ପାଇଛି:-

ଦିଲ୍ଲୀରେ- ଲିଟର ପିଛା ୭ ଟଙ୍କା।

ମଧ୍ୟପ୍ରଦେଶରେ- ଲିଟର ପିଛା ୧୦ ଟଙ୍କା।

ମେଘାଳୟରେ- ଲିଟର ପିଛା ୧୦ ଟଙ୍କା।

ତାମିଲନାଡୁରେ- ଲିଟର ପିଛା ୧୦ ଟଙ୍କା।

ଆଲିଗଡରେ- ଲିଟର ପିଛା ୫ ଟଙ୍କା କମିଛି।

Coconut oil

୩.ସୋୟାବିନ୍ ତେଲର ମୂଲ୍ୟ ମଧ୍ୟ ହ୍ରାସ ପାଇଛି:-

ଦିଲ୍ଲୀରେ- ଲିଟର ପିଛା ୫ ଟଙ୍କା।

ଲୁଧିଆନା ଏବଂ ଆଲିଗଡରେ- ଲିଟର ପିଛା ୫ ଟଙ୍କା।

ଛତିଶଗଡରେ- ଲିଟର ପିଛା ୧୧ ଟଙ୍କା।

ମହାରାଷ୍ଟ୍ରରେ- ଲିଟର ପିଛା ୫ ରୁ ୭ ଟଙ୍କା କମିଛି।

Soyabean oil

୪.ସେହିପରି, ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ମଧ୍ୟ ହ୍ରାସ ପାଇଛି:-

ଦିଲ୍ଲୀରେ- ଲିଟର ପିଛା ୧୦ ଟଙ୍କା।

ଓଡିଶାରେ- ଲିଟର ପିଛା ୫ ଟଙ୍କା।

ମେଘାଳୟରେ- ସର୍ବାଧିକ ମୂଲ୍ୟ ଲିଟର ପିଛା ପ୍ରାୟ ୨୦ ଟଙ୍କା ହ୍ରାସ ପାଇଛି।

Sunflower oil