ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ ନେଇ ବ୍ୟକ୍ତିଙ୍କ ଦେହ ପାଲଟିଗଲା ଚୁମ୍ବକ, ଲାଗିରହୁଛି ଷ୍ଟିଲ ଓ ଲୁହା ଜିନିଷ, ବିଶ୍ୱାସ ହେଉନି ଯଦି ଦେଖନ୍ତୁ ଭିଡ଼ିଓ

 
Man getting magnet

ମହାରାଷ୍ଟ୍ରର ନାଶିକର ଜଣେ ବୃଦ୍ଧ ବ୍ୟକ୍ତି ଦାବି କରିଛନ୍ତି ଯେ କରୋନା ଟିକା ଦ୍ୱିତୀୟ ଡୋଜ ନେବା ପରେ ତାଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଉତ୍ପନ୍ନ ହୋଇଛି। ସେ ଦାବି କରିଛନ୍ତି ଯେ ଯେବେଠାରୁ ସେ ଟୀକାକରଣର ଦ୍ୱିତୀୟ ଡୋଜ୍ ନେଲେ, ତାଙ୍କ ଶରୀରରେ ଷ୍ଟିଲ ବାସନଗୁଡ଼ିକ ଲାଗି ହୋଇ ରହିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଲୁହା ଭଳି ଷ୍ଟିଲ ବାସନ ତାଙ୍କ ଶରୀରରେ ଲାଗି ଯାଉଛି। ଏହି ଅଜବ ମାମଲା ସାମ୍ନାକୁ ଆସିବା ପରେ ଡାକ୍ତରମାନେ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛନ୍ତି।

ନାଶିକର ଅରବିନ୍ଦ ଜଗନ୍ନାଥ ସୋନାର (71) କିଛି ଦିନ ପୂର୍ବରୁ କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେଇଛନ୍ତି। ବୃଦ୍ଧ ଅରବିନ୍ଦ ଦାବି କରିଛନ୍ତି ଯେ ସେ କରୋନା ଟିକା ଦ୍ୱିତୀୟ ମାତ୍ରା ଗ୍ରହଣ କରିବା ଦିନଠାରୁ ତାଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଦେଖିବାକୁ ମିଳିଛି। ନାଶିକର ଶିବାଜୀ ଚୌକରେ ରହୁଥିବା ଅରବିନ୍ଦ ଜଗନ୍ନାଥ ମଧ୍ୟ ନିଜର ମତ ପ୍ରମାଣ କରିବାକୁ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଚାମଚ, ଛୋଟ ଥାଳି ଏବଂ ଘରର ବାସନଗୁଡିକ ଅରବିନ୍ଦଙ୍କ ଶରୀରରେ ଲାଗିଥିବା ଦେଖାଯାଉଛି। ଦେଖନ୍ତୁ ଭିଡ଼ିଓ

ଅରବିନ୍ଦ ଜଗନ୍ନାଥ କହିଛନ୍ତି ଯେ ଯେତେବେଳେ ଏହା ପ୍ରଥମ ଥର ଘଟିଲା, ଝାଳ ଯୋଗୁଁ ବାସନକୁସନ ଶରୀରରେ ଲାଗୁଥିବାର ସେ ଭାବୁଥିଲେ। ହେଲେ ଏହା ପରେ ମୁଁ ଗାଧୋଇଲି କିନ୍ତୁ ଯେତେବେଳେ ସେ ପୁନର୍ବାର ବାସନ ସବୁକୁ ତାଙ୍କ ଶରୀର ଉପରେ ରଖିଲେ, ତାହା ପୁଣି ଲାଗିକି ଲାଗି ରହୁଥିଲା।

ଅରବିନ୍ଦ ଜଗନ୍ନାଥ ଦାବି କରିଛନ୍ତି ଯେ କେବଳ କରୋନା ଟିକା ଗ୍ରହଣ କରିବା ପରେ ତାଙ୍କଠାରେ ପରିବର୍ତ୍ତନ ଆସିଛି। ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପାଇଁ ଏହା ପ୍ରଥମ ଘଟଣା ପାଲଟିଛି। ଏହା ଏକ ଅନୁସନ୍ଧାନର ବିଷୟ ବୋଲି ଡକ୍ଟର ଅଶୋକ ଥୋରାଟ କହିଛନ୍ତି। ଅରବିନ୍ଦ ଜଗନ୍ନାଥଙ୍କ ଶରୀରରେ ଷ୍ଟିଲ କାହିଁକି ଲାଗି ରହୁଛି ସେ ବିଷୟରେ ଆମେ କିଛି କହି ପାରିବୁ ନାହିଁ। ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ଆମେ କୌଣସି ସିଦ୍ଧାନ୍ତରେ ପହଞ୍ଚିବାରେ ସକ୍ଷମ ହେବୁ। ବର୍ତ୍ତମାନ ଏହି ଘଟଣାର ରିପୋର୍ଟ ମହାରାଷ୍ଟ୍ର ସରକାରଙ୍କ ନିକଟରେ ଦାଖଲ ହେବ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେକୌଣସି ସିଦ୍ଧାନ୍ତରେ ପହଞ୍ଚିପାରିବ।  ତଥାପି, OdiaScraps ଏହି ପ୍ରକାରର ଦାବିକୁ ପୃଷ୍ଟି କରେ ନାହିଁ।