ରାହୁଲ ଗାନ୍ଧିଙ୍କୁ ୨ ବର୍ଷର ଜେଲ୍ ଦଣ୍ଡ ଶୁଣାଇଥିବା ବିଚାରପତିଙ୍କୁ କଂଗ୍ରେସର ଧମକ, କହିଲେ "ଆମେ କ୍ଷମତାକୁ ଆସିଲେ...

 
Congress

ନିକଟରେ ରାହୁଲ ଗାନ୍ଧିଙ୍କୁ ଦୁଇ ବର୍ଷର କାରାଦଣ୍ଡ ଶୁଣା ଯାଇଥିଲା। ତେବେ ଏହି ଘଟଣା ପରେ ପରେ ତାମିଲନାଡୁର ଜଣେ କଂଗ୍ରେସ ନେତା ବିବାଦୀୟ ବୟାନ୍ ଦେଇ ଫସି ଯାଇଛନ୍ତି। ଏହି କଂଗ୍ରେସ ନେତା ଜଣକ ରାହୁଲ ଗାନ୍ଧିଙ୍କୁ ଦୁଇ ବର୍ଷର ସଜା ଶୁଣାଇଥିବା ବିଚାରପତିଙ୍କ ଜିଭ କାଟିବାକୁ ଧମକ ଦେଇଛନ୍ତି।

Congress

ତାମିଲନାଡୁର ଏହି କଂଗ୍ରେସ ନେତାଙ୍କ କହିବା ଅନୁସାରେ,୨୦୧୯ରେ ଅପରାଧିକ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଯେଉଁ ବିଚାପତି ଦୁଇ ବର୍ଷର ଜେଲ୍‌ ଦଣ୍ଡ ଶୁଣାଇଥିଲେ, ତାଙ୍କର ଜିଭ କାଟି ନିଆଯିବ। ତେବେ କଂଗ୍ରେସ ନେତାଙ୍କ ଏହି ମନ୍ତବ୍ୟକୁ ନେଇ ମାମଲା ରୁଜୁ କରାଯାଇଛି। କଂଗ୍ରେସର ଏସସି/ଏସଟି ଓ୍ବିଙ୍ଗ ତାମିଲନାଡୁର ଡିଡିଗୁଲରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅଯୋଗ୍ୟତାର ବିରୋଧ କରୁଥିଲେ।

ଏହି ସମୟରେ ପାର୍ଟିର ଜିଲ୍ଲା ମୁଖ୍ୟ ମଣିକନ୍ଦନ କହିଛନ୍ତି, ୨୩ ମାର୍ଚ୍ଚରେ ସୁରଟ କୋର୍ଟର ବିଚାରପତି ଆମ ନେତା ରାହୁଲ ଗାନ୍ଧିଙ୍କୁ ୨ ବର୍ଷର ଜେଲ୍ ଦଣ୍ଡ ଶୁଣାଇଲେ। ଏବେ ଶୁଣି ରଖନ୍ତୁ ଜଷ୍ଟିସ ଏଚ୍‌ ବର୍ମା, ଯେତେବେଳେ କଂଗ୍ରେସ କ୍ଷମତାକୁ ବସିବ ତେବେ ଆମେ ଆପଣଙ୍କ ଜିଭ କାଟିଦେବୁ।

Congress

ଅନ୍ୟପକ୍ଷରେ ମଣିକନ୍ଦନଙ୍କ ବିରୋଧରେ ତିନୋଟି ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି ଓ ଡିଡିଗୁଲ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ରାହୁଲ ଗାନ୍ଧି ଏକ ରାଲିରେ ‘ମୋଦି ସରନେମ୍‌’କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମାମଲାରେ ଦୋଷୀ ହେବାପରେ ତାଙ୍କୁ ୨ ବର୍ଷର ଜେଲ୍‌ ଦଣ୍ଡ ଶୁଣାଯାଇଥିଲା। ତାଙ୍କୁ ଯଦିଓ ତୁରନ୍ତ ବେଲ୍‌ ମିଳିଥିଲା, କିନ୍ତୁ ରାଜ୍ୟସଭା ସାଂସଦ ପଦ ରଦ୍ଦ ହୋଇଯାଇଥିଲା।