ବାଇଆ କଲା ୯ମ ଶ୍ରେଣୀ ଝିଅର ପ୍ରେମ, ଆଇଫୋନ୍ ଗିଫ୍ଟ କରିବା ପାଇଁ ମା'କୁ କାଙ୍ଗାଳ କରିଦେଲା ବାଳକ, ଜାଣନ୍ତୁ ପୁରା ଘଟଣା

 
School love

ନବମ ଶ୍ରେଣୀର ପ୍ରେମ ! ପ୍ରେମିକାକୁ ଆଇଫୋନ୍ ଗିଫ୍ଟ ଦେବା ପାଇଁ ମାଆର ସମସ୍ତ ସୁନା ଗହଣା ଚୋରି କଲା ପ୍ରେମିକ ! ତେବେ ଆଜି କାଲି ତ ଭଲ ପାଇବା ଯେପରି ଏକ ଫ୍ୟାସନ ହୋଇ ଗଲାଣି । କଲେଜ୍ ତ ଦୂରର କଥା ସ୍କୁଲରେ ପଢୁଥିବା ପିଲାଙ୍କର ରହିଛି ବୟେଫ୍ରେଣ୍ଡ ଆଉ ଗର୍ଲଫ୍ରେଣ୍ଡ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଠିକ୍ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ରାଜଧାନୀ ଦିଲ୍ଲୀର ନଯାଫଗଡର ଏକ ନବମ ଶ୍ରେଣୀର ଛାତ୍ରର ପ୍ରେମ କାହାଣୀ ଏବେ ବେଶ୍ ଭାଇରାଲ ହେଉଛି । ମାଆ ଭାବୁଥିଲା ପୁଅ ସ୍କୁଲ ଯାଇ ପାଠ ପଢୁଛି । କିନ୍ତୁ ପୁଅ ପାଠ ପଢିବା ବଦଳରେ କରୁଥିଲା ପ୍ରେମ ।

Ay

ଘଟଣା ଅନୁସାରେ , ନଜାଫଗଡ ଅଞ୍ଚଳର ନବମ ଶ୍ରେଣୀରେ ପଢୁଥିବା ଏକ ବାଳକ ତା ଶ୍ରେଣୀର ଏକ ଝିଅକୁ ଭଲ ପାଉଥିଲା । ଯାହାକୁ ସେ ଏକ ଆଇଫୋନ୍ ଗିଫ୍ଟ ଦେବା ପାଇଁ ତା ମାଆର ସମସ୍ତ ସୁନା ଅଳଙ୍କାର ନେଇ ବିକ୍ରି କରି ଦେଇଛି ।

 ମାଆ ଏ ସବୁ ଜାଣି ନ ଥିବାରୁ ସୁନା ଅଳଙ୍କାର ଚୋରି ହେବା ନେଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଯାହା ପରେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରି ଦେଇଥିଲା । ତଦନ୍ତ ଚାଲିଥିବା ସମୟରେ ପୋଲିସ ଜାଣିବାକୁ ପାଇଥିଲା କି ତାଙ୍କ ପଡୋଶୀ ଘରୁ ମଧ୍ୟ ଚୋରି ହୋଇଛି ।

ସତ କଥା ତ ସେତେବେଳେ ଜଣା ପଡିଥିଲା ଯେତେବେଳେ ପୋଲିସ ସେହି ଅଞ୍ଚଳର ସିସିଟିଭି ଚେକ୍ କରିଥିଲା । ପୋଲିସ ଦେଖିବାକୁ ପାଇଥିଲା କି ଅଭିଯୋଗ କରିଥିବା ମହିଳାଙ୍କ ପୁଅ ହିଁ ଏଭଳି କାମ କରିଛି ।

ଯାହା ପରେ ପୋଲିସ ପୁଅଟିର ସମସ୍ତ ସାଙ୍ଗ ମାନଙ୍କୁ ଏ ନେଇ ପଚରା ଉଚରା କରି ଜାଣିବାକୁ ପାଇଥିଲା ଯେ ପୁଅଟି ତାର ଗର୍ଲଫ୍ରେଣ୍ଡକୁ ଆଇଫୋନ୍ ଗିଫ୍ଟ ଦେବା ପାଇଁ ଏପରି କରିଛି ବୋଲି । ଏବଂ ଗତ ୭ ତାରିଖ ଦିନ ପୋଲିସ ସେହି ପୁଅ ଠାରୁ ପ୍ରାୟ ୫୦ ହଜାର ଟଙ୍କା ଜବତ କରିଛି ।