୧୨ ବର୍ଷ ବୟସ ବାଳକ ର ଜୀବନ ପଛରେ ପଡିଲା ସାପ, ୨୦ ଦିନ ଭିତରେ ୬ ଥର ମାରିଲା ଚୋଟ।

ଉତର ପ୍ରଦେଶ ରେ ଥିବା ବିକାଶ ଖଣ୍ଡ ନେଵାଦା ର ଲୌଧର ଗାଁ ରେ ୧୨ ବର୍ଷ ର ବାଳକ ଯାହାର ନାମ ଆଦିତ୍ୟ ତା ପଛରେ ଗୋଟେ ସାପ ପଡିଛି। ସେ ସାପ ଆଦିତ୍ୟ କୁ ୬ ଥର ଚୋଟ ମାରି ସାରିଲାଣି। ଏହା ଦେଖି ଆଦିତ୍ୟ ର ପରିଜନ ମାନେ ବହୁତ ଡରି ଯାଇଛନ୍ତି। ଯେଉଁ ସମୟରେ ଆଦିତ୍ୟ ଘର ବାହାରକୁ ବାହାରିବ , ତା ସଙ୍ଗରେ ପରିବାରର ସଦସ୍ୟ ରହୁଛନ୍ତି।
ଆଦିତ୍ୟ ହାଇ ସ୍କୁଲ ରେ ସସ୍ଟମ ଶ୍ରେଣୀ ରେ ପାଠ ପଢେ। ୮ ସେପ୍ଟେମ୍ବର ଠାରୁ ଗୋଟେ ସାପ ତା ପଛରେ ପଡିଛି ଜୀବନ ନେବାକୁ। ୮ ସେପ୍ଟେମ୍ବର ରୁ ୨୯ ସେପ୍ଟେମ୍ବର ଭିତରେ ସେ ସାପ ଆଦିତ୍ୟ କୁ ୬ ଥର ଆକ୍ରମଣ କରି ସାରିଛି। ପରିବାର ର କହିବା ଅନୁସାରେ ସେ ସାପ ଆଦିତ୍ୟ ର ଗୋଡ କୁ ହି ସବୁ ଥର ଚୋଟ ମାରି ଚାଲିଯାଉ ଥିଲା। ତାଙ୍କ କହିବା ଅନୁସାରେ ସାପ ର ରଙ୍ଗ କଳା ଥିଲା।
ବର୍ତମାନ କିଛି ଦିନ ତଳେ ଆଦିତ୍ୟ ର ବଡ ଭଉଣୀ ପୂଜା ତାଙ୍କ ପରିବାର ସହିତ ଖେତ ରେ କାମ କରୁଥିଲେ, ଆଦିତ୍ୟ ଭଉଣୀ କୁ ଡାକିବା ପାଇଁ ଆସିଥିଲା। ସେଠି ଗୋଟେ ସାପ ଆଦିତ୍ୟ ପଛରେ ପଡିଗଲା, ଏହା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହେଇଗଲେ। ସେଦିନ ସନ୍ଧ୍ୟା ରେ ଆଦିତ୍ୟ କୁ ସାପ କାମୁଡି ଦେଲା।
ପରିବାରର ଲୋକେ ତାକୁ ଅନ୍ୟ ଗାଁ ନେଇ ଯାଇ ଉପଚାର କରେଇଲେ, ଯାହା ଫଳରେ ତା ଜୀବନ ବଂଚିଗଲା। ଏହା କେହି ବି ଜାଣି ପାରୁନାହାନ୍ତି, ସେ ସାପ ଆଦିତ୍ୟ ପଛରେ ପଡିବାର କାରଣ କଣ।
Source of the article : https://www.jagran.com/uttar-pradesh/kaushambi-a-snake-six-time-bite-in-twenty-days-to-12-years-old-child-in-kaushambi-18488865.html