ବାପା-ମାଆ ହୋଇଯାଆନ୍ତୁ ସାବଧାନ! ଏଣିକି ଛୋଟ ପିଲାଙ୍କୁ ବି ଗାଡ଼ିରେ ବସାଇଲେ କଟିବ ଚାଲାଣ, ଜାଣନ୍ତୁ ପୂରା ଖବର

 
Callan

କେବଳ ରାଜ୍ୟ ନୁହେଁ ବରଂ ସାରା ଦେଶରେ କଡ଼ାକଡ଼ି ହୋଇଛି ଟ୍ରାଫିକ୍ ନିୟମ। ଏହି ନିୟମ ଅନୁଯାଇ ଗୋଟିଏ ବାଇକରେ ୩ ଜଣ ବସିଥିଲେ କିମ୍ବା ହେଲମେଟ ନ ପିନ୍ଧିଥିଲେ ଲୋକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି। ତେବେ, ପୂର୍ବରୁ ବାପା ମାଆ ମାନେ ଛୋଟ ପିଲାଙ୍କୁ ସେମାନଙ୍କ ସହ ଗାଡ଼ିରେ ବସାଇ ନେଇ ଯାଉଥିବା ବେଳେ ଏବେ ଏହି ନିୟମରେ ମଧ୍ୟ ପରିବର୍ତ୍ତନ ଆସିଛି।

Riding

 ନୂଆ ଟ୍ରାଫିକ୍ ନିୟମ ଅନୁଯାଇ ଏବେ ବାପାମାଆ ମାନେ ନିଜର ୪ ବର୍ଷରୁ ଉର୍ଦ୍ଧ ସନ୍ତାନକୁ ଗାଡ଼ିରେ ବସାଇ ନେଇ ପାରିବେ ନାହିଁ। ଚାରି ବର୍ଷରୁ ଅଧିକ ବୟସର ପିଲାଙ୍କୁ ତୃତୀୟ ବ୍ୟକ୍ତି ବୋଲି ଧରାଯିବ ଏବଂ ଏଥିପାଇଁ ଚାଲାଣ କଟାଯିବ ବୋଲି ଜଣାଯାଇଛି।

Callan

ମୋଟର ଯାନ ଅଧିନିୟମ ଧାରା ୧୯୪A ଅଧୀନରେ ଏହି ନିୟମ ଉଲ୍ଲଂଘନ କରିବା ଦ୍ୱାରା ୧୦୦୦ ଟଙ୍କା ତଣ୍ଡ ଗଣିବାକୁ ହେବ। କେବଳ ଏତିକି ନୁହେଁ ୪ ବର୍ଷରୁ ଅଧିକ ପିଲାମାନେ ହେଲମେଟ୍ ନ ପିନ୍ଧିଲେ ମଧ୍ୟ ୧୦୦୦ ଟଙ୍କାର ତଣ୍ଡ ଗଣିବାକୁ ପଡ଼ିବ।