ଖାଉଟିଙ୍କ ସହ ହେଉଛି ଧୋକା, ଶୁଖିଲା ପରିବାକୁ ଏମିତି କେମିକାଲରେ ବୁଡ଼ାଇ ସତେଜ କରାଯାଉଛି, ଦେଖିଲେ ଉଡିଯିବ ହୋସ୍

 
Pariba

କଥାରେ ଅଛି ସୁସ୍ଥ ଶରୀର ପାଇଁ ତାଜା ଏବଂ ତଟକା ପନିପରିବା ଖାଇବା ନିତ୍ୟାନ୍ତ ଆବଶ୍ୟକ ଅଟେ। ତେଣୁ, ବଜାରର ପରିବା ଦୋକାନ ହେଉ ଅଥବା ହାଟ ବଜାରରୁ ଆପଣ ନିଶ୍ଚିତ ଭାବରେ ସବୁଜ ପନିପରିବା କିଣୁଥିବେ। ତେବେ, ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେଉଁ ପରିବା ଆପଣ କିଣିଛନ୍ତି, କ'ଣ ସତରେ ତାହା ଶରୀର ପାଇଁ ହିତକର ଅଟେ। ସେଥିରେ କୌଣସି ପ୍ରକାର ଅପମିଶ୍ରଣ ହୋଇନାହିଁ ତ?

Pariba

ଏହି ପରିପ୍ରେକ୍ଷୀରେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ସବୁଜ ପରିବାକୁ ତାଜା ରଖିବା ପାଇଁ ଏକ ପ୍ରକାର କେମିକାଲ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି। ଭିଡ଼ିଓରେ ପ୍ରଥମେ ଏକ ବିଡ଼ା ଧନିଆପତ୍ର ନିଆଯାଉଛି। ଏହା ସମ୍ପୂର୍ଣ୍ଣ ଭାବରେ ଶୁଖି ଯାଇଥିବା ବେଳେ ତାକୁ ଏକ ବାଲ୍ଟିରେ ଥିବା କେମିକାଲରେ ବୁଡାଇ ଦିଆଯାଉଛି।

ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ମାତ୍ର ୨ ମିନିଟ ମଧ୍ୟରେ ହିଁ ସେହି ଧନିଆପତ୍ର ବିଡ଼ାଟି ସତେଜ ହୋଇ ଉଠୁଛି। ଅବିଶ୍ୱାସନୀୟ ହୋଇଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବରେ ସତ ଅଟେ। ତେବେ, ଯେଉଁ କେମିକାଲ ମାତ୍ର ଦୁଇ ମିନିଟ ମଧ୍ୟରେ ପରିବା ବିଡ଼ାର ଏପରି ଅବସ୍ଥା କରୁଛି ତାହା ମଣିଷ ଶରୀର ମଧ୍ୟକୁ ଗଲେ କଣ କରିବ ତାହା ନିହାତି ଭାବରେ ଭାବିବା ଦରକାର।