ସବୁ ଦିନ ପାଇଁ ଶୋଇଗଲା ଚନ୍ଦ୍ରୟନ -୩! ଇସ୍ରୋ ର ସତ ଚେଷ୍ଟା ପରେବି ଆଉ ଦେଉନି ସିଗ୍ନାଲ୍, ଜାଣନ୍ତୁ କାହିଁକି

 
Chandrayan 3

ଆଉ କେବେ ହୁଏ ତ ଉଠିବେ ନାହିଁ ବିକ୍ରମ ଓ ପ୍ରଜ୍ଞାନ। ଇସ୍ରୋକୁ ଲାଗିଲା ଏକ ବଡ଼ ଝଟକା। ଇସ୍ରୋର ସବୁ ପ୍ରୟାସ ଫେଲ୍ ମାରି ଯାଇଛି।ବିକ୍ରମ ଓ ପ୍ରଜ୍ଞାନ ର ନିରନ୍ତର କାର୍ଯ୍ୟକୁ ଦେଖି ବେଶ୍ ଆଗ୍ରହୀ ଓ ଆଶାବାଦୀ ଥିଲା ଇସ୍ରୋ।ଇସ୍ରୋ ଭାବିଥିଲା ପୁଣି ଚଉଦ ଦିନ ପରେ ନୂତନ ସୂର୍ଯ୍ୟ ଆଲୋକ ଦେଖିବେ ବିକ୍ରମ ଓ ପ୍ରଜ୍ଞାନ। ଚନ୍ଦ୍ର ପୃଷ୍ଠରେ ପୁଣି ନୂତନ ସୂର୍ଯ୍ୟ ଆଲୋକ ଆସି ଯାଇଛି।ହେଲେ କିନ୍ତୁ ସୂର୍ଯ୍ୟ ଆଲୋକର ଉଷ୍ମତା ନେବା ପାଇଁ ଆଉ ଉଠୁ ନାହାଁନ୍ତି ବିକ୍ରମ ଓ ପ୍ରଜ୍ଞାନ।

ଘୁ

ଲାଗୁଛି ଯେପରି ଚନ୍ଦ୍ରଜାନ୍ -୩ ର ଜୀବନର ଅବଧିର ପରିସମାପ୍ତି ଘଟିଛି। ଚାନ୍ଦ୍ରଜାନ -୩ ଯେବେ ଓହ୍ଲାଇ ଥିଲା ଚନ୍ଦ୍ରର ଦକ୍ଷିଣ ମେରୁରେ ସେତେବେଳର ଖୁସି କହିଲେ ନ ସରେ। ଯାହାର ସଫଳତାକୁ ନେଇ ଇତିହାସ ରଚିଥିଲା ଭାରତ।ହେଲେ ଏବେ କିନ୍ତୁ ଦେଖା ଦେଇଛି ଶୋକର ଛାୟା।

ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପର ଠାରୁ ପ୍ରଜ୍ଞାନ ଓ ବିକ୍ରମ କେବେ ନିରାଶ କରି ନ ଥିଲେ ଇସ୍ରୋ ର ବୈଜ୍ଞାନିକ ମାନଙ୍କୁ। ଚଉଦ ଦିନ ଧରି ନିରବଚ୍ଛିନ୍ନ ଭାବେ କାମ କରୁଥିଲେ ଦୁହେଁ। ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ମଧ୍ୟ ପ୍ରେରଣ କରିଥିଲେ ଦୁହେଁ। ଯାହାକୁ ନେଇ ବେଶ୍ ଖୁସି ଥିଲେ ଇସ୍ରୋର ବୈଜ୍ଞାନିକ ମାନେ। ଦୁହେଁ ସୌର ଚାଳିତ ହେତୁ ଇସ୍ରୋ ଜାଣିଥିଲା ଚନ୍ଦ୍ର ପୃଷ୍ଠରୁ ସୂର୍ଯ୍ୟ ଆଲୋକ ଜିବା ପରେ ଏ ଦୁହେଁ ନିସ୍ତେଜ୍ ହୋଇଯିବେ। ସୂର୍ଯ୍ୟ ଆଲୋକ ଚାଲି ଯିବା ଯେତିକି ଗଡ ସମସ୍ୟା ନ ଥିଲା ତା ଠାରୁ ଅଧିକ ବଡ ସମସ୍ୟା ଥିଲା ତାପମାତ୍ରା।

Isro

ଚନ୍ଦ୍ରର କୌଣସି ବାୟୁ ମଣ୍ଡଳ ନ ଥିବା ହେତୁ ସୂର୍ଯ୍ୟ ଆଲୋକ ଯିବା ପର ଠାରୁ ଏହାର ଦକ୍ଷିଣ ମେରୁରେ ଅତି ଭୟଙ୍କର ଥଣ୍ଡା ଦେଖା ଦେଇଥିଲା। ଯାହା ଏକ ଯନ୍ତ୍ରପାତି ପକ୍ଷରେ ସହ୍ୟ କରିବା ଅସମ୍ଭବ। ହେଲେ ଇସ୍ରୋର ବୈଜ୍ଞାନିକ ମାନେ ଚନ୍ଦ୍ର ପୃଷ୍ଠରୁ ଆଲୋକ ଜିବା ପୁର୍ବରୁ ହିଁ ଦୁହିଁଙ୍କୁ ଫୁଲ୍ ଚାର୍ଜ କରି ସୁରକ୍ଷିତ ଭାବେ ଅଫ୍ କରି ରଖିଥିଲେ। ହେଲେ ଆଜି ଯେତେବେଳେ ଚନ୍ଦ୍ର ପୃଷ୍ଠକୁ ପୁଣି ସୂର୍ଯ୍ୟ ଆଲୋକ ଫେରି ଆସିଛି ଇସ୍ରୋ ସତ ଚେଷ୍ଟା ପରେ ମଧ୍ୟ ପ୍ରଜ୍ଞାନ କିମ୍ବା ବିକ୍ରମରୁ କୌଣସି ସିଗ୍ନାଲ ମିଳି ପାରି ନାହିଁ। ଯାହା ନେଇ ଆଜି ସ୍ପଷ୍ଟ କରିଛି ଇସ୍ରୋ।