ଜହ୍ଲାଦ ପାଲଟିଲା ଭାଇ, ଭଉଣୀକୁ ଗଳା କାଟି ହତ୍ୟା କରି ମୃତଦେହକୁ ପିସ୍‌ ପିସ୍‌ କରିଦେଲା, ଜାଣନ୍ତୁ ପୁରା ଘଟଣା

 
ଭଉଣୀ

ଏକ ବୀଭତ୍ସ କାଣ୍ଡ ରାଜସ୍ଥାନର ଯୋଧପୁରରେ ଘଟିଛି। ମୃତ ମହିଳାଜଣକ ହେଲେ ଅନୀତା ଚୌଧୁରୀ। ସେ ଜଣେ ବ୍ୟୁଟିସିଆନ ଭାବେ କାମ କରୁଥିଲେ ଏବଂ ପ୍ରପଟି ଡିଲର ଭାବେ ମଧ୍ୟ କାମ କରୁଥିଲେ। ପରିବାର ଦ୍ୱାରା ମହିଳାଙ୍କ ନିଖୋଜ ନେଇ ମାମଲା ରୁଜୁ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ୩ ଦିନ ପରେ ପୁଲିସ୍‌ ମହିଳାଙ୍କ ଶବ ଜବତ କରିଛି।

ସରଦାରପୁର ଅଞ୍ଚଳରେ ନିଜ ପରିବାର ସହ ରହୁଥିବା ଅନୀତା ଏକ ବିୟୁଟି ପାର୍ଲର ଚଳାଉଥିଲେ। ମାତ୍ର ଗତ ୨୭ ତାରିଖରୁ ସେ ନିଖୋଜ ହୋଇ ଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜରେ ଅନୀତା ଗତ ୨୭ ତାରିଖରେ ଏକ ଟ୍ୟାକ୍ସରେ କେଉଁଆଡ଼େ ଯାଉଥିବା ଦେଖିବାକୁ ମିଳିଥିଲା। 

Rajasthan Jodhpur

ପୁଲିସ୍‌ କାର୍ ଚାଳକଙ୍କୁ ଖୋଜାଖୋଜି କରି ତାଙ୍କୁ ପଚରାଉଚରା କରିଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା ପାର୍ଲର ନିକଟ ଏକ ଘର ପାଖରେ କାର୍‌ ଅଟକିଥିଲା। ଉକ୍ତ ଘରଟି ଅନୀତାଙ୍କ ଧରମ ଭାଇ ଗୁଲାମୁଦ୍ଦିନଙ୍କର ବୋଲି ଜଣାଯାଇଛି। ମାତ୍ର ଗୁଲାମୁଦ୍ଦିନ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା।

ବହୁ ପଚରାଉଚରା ପରେ ଗୁଲାମୁଦ୍ଦିନଙ୍କ ପରିବାର ଲୋକେ କହିଥିଲେ ଯେ ସେମାନେ ଅନୀତାଙ୍କୁ ହତ୍ୟା କରି ୬ ଖଣ୍ଡ କରି ଦେଇଥିଲେ। ଏହାପରେ ତାହାକୁ ବସ୍ତାରେ ଭର୍ତ୍ତି କରି ପାଖରେ ଥିବା ୧୦ ଫୁଟ ଗଭୀରକୁ ଫୋପାଡ଼ି ଦେଇଥିବା ମାନିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ୍‌ ତାଙ୍କୁ ଖୋଜି ବାହାର କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ତେବେ ଏପରି ବୀଭତ୍ସ ହତ୍ୟାକାଣ୍ଡ ପଛର କାରଣ ଜଣାପଡି ନାହିଁ।