ଭାଇ ଭଉଣୀ ସମ୍ପର୍କରେ କଳଙ୍କ: ଟଙ୍କା ପାଇଁ ଭଉଣୀକୁ ବାହା ହେଉଥିଲା ଭାଇ, ଆଉ ତା ପରେ...

 
Bhai bhauni

ଟଙ୍କା ପାଇଁ ସମ୍ପର୍କ ଏବଂ ନୈତିକତାକୁ ଭୁଲିଗଲେ ଭାଇ ଭଉଣୀ। ହିନ୍ଦୁ ପରମ୍ପରା ହିସାବରେ ଭାଇ ଏବଂ ଭଉଣୀ ଭିତରେ ଥିବା ସମ୍ପର୍କକୁ ଅତି ପବିତ୍ର ବୋଲି ବିବେଚନା କରାଯାଇ ଥାଏ। ଏପରିକି ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ହାତରୁ ରାକ୍ଷୀ ବାନ୍ଧି ଭାଇ ତାର ସୁରକ୍ଷା କରିବା ପାଇଁ ଶପଥ ନେଇଥାଏ। କିନ୍ତୁ, ଆମେ ଯେଉଁ ଭାଇ ଭଉଣୀଙ୍କ କଥା କହିବାକୁ ଯାଉଛୁ ସେମାନେ ସାମାନ୍ୟ କିଛି ଟଙ୍କା ପାଇଁ ବିବାହ କରିବାକୁ ଯାଉଥିବା ଜଣାଯାଇଛି।

Marriage

ଉତ୍ତରପ୍ରଦେଶର ଫିରୋଜାବାଦରେ ସରକାରୀ ଯୋଜନାରେ ଲାଭବାନ ହେବା ପାଇଁ ଜଣେ ଭାଇ ତାଙ୍କ ଭଉଣୀଙ୍କୁ ବାହା ହୋଇଯାଇଛନ୍ତି। ପ୍ରକୃତରେ ‘ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା’ ସ୍କିମରେ ଟଙ୍କା ପାଇବା ପାଇଁ ଏମାନେ ଏଭଳି କାମ କରିଛନ୍ତି। ସୂଚନା ମୁତାବକ ସାମୂହିକ ବିବାହରେ ସାମିଲ ହେଉଥିବା ଦମ୍ପତ୍ତିଙ୍କୁ ସରକାରଙ୍କ ତରଫରୁ ୩୫,୦୦୦ ଟଙ୍କା ଦିଆ ଯାଇଥାଏ। ପ୍ରଥମେ କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ୨୦,୦୦୦ ଏବଂ ପରେ ୧୫,୦୦୦ ଟଙ୍କା ଦିଆ ଯାଇଥାଏ।

Group marriage

ଗତ ଡିସେମ୍ବର ୧୧ରେ ଫିରୋଜାବାଦରେ ତୁଣ୍ଡୁଲାର ବ୍ଲକ କାର୍ଯ୍ୟାଳୟରେ ସମୂହିକ ବିବାହ କାର୍ଯ୍ୟକ୍ରମ ହେଉଥିଲା ଯେଉଁଥିରେ ଏହି ଭାଇ ଭଉଣୀ ସାମିଲ ହୋଇଥିଲେ। ତେବେ, ସେମାନେ ବାହା ବେଦୀରେ ବସିଥିବା ବେଳେ ତାଙ୍କ ଗାଁ ଲୋକେ ସେମାନଙ୍କୁ ଚିନ୍ହି ନେଇଥିଲେ। ପରେ ତାଙ୍କ ଆଧାର କାର୍ଡ ଯାଞ୍ଚ କରିବା ପରେ ସେମାନେ ଭାଇ ଭଉଣୀ ବୋଲି ସ୍ପଷ୍ଟ ହୋଇଥିଲା। ପୋଲିସ ଅଭିଯୁକ୍ତ ଭାଇ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

From around the web