ଏଠାରେ ବଜାରରେ ନିଜ ଝିଅକୁ ନିଲାମ କରିଦିଅନ୍ତି ପରିବାର ଲୋକେ, ପୁରା ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ….

 
Bulgeria

ବଜାରରେ ଖୋଲା ଖୋଲି ନିଜ ଝିଅକୁ ବିକ୍ରି କରୁଛନ୍ତି ଲୋକେ। କଥାଟି ଶୁଣିବା ପରେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଯେ ନିଜ ଜନ୍ମକଲା ଝିଅକୁ ବାପା ମା କେମିତି ବଜାରରେ ବିକ୍ରି କରିପାରିବେ? କଥାଟି ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ ବୁଲଗେରିଆ ଦେଶରେ ଏହିପରି ଏକ ସହର ଅଛି ଯେଉଁଠାରେ ଝିଅମାନଙ୍କର କିଣା ବିକା ପାଇଁ ମାର୍କେଟ ବସିଥାଏ।

ବୁଲଗେରିଆର ସ୍ତାରା ଜାଗରୋ ନାମକ ଏହି ସ୍ଥାନରେ ଝିଅର ବାପା-ମା ତାଙ୍କୁ ହାଟକୁ ନେଇ ବିକ୍ରି କରିବାକୁ ଯାଇଥାନ୍ତି। ନିଲାମୀ ଯିଏ ସବୁଠାରୁ ଅଧିକ ଟଙ୍କା ଦେଇଥାନ୍ତି ତାଙ୍କୁ ବାପା-ମା ଝିଅକୁ ସମର୍ପି ଦେଇଥାନ୍ତି। ପ୍ରତିବର୍ଷ ଏହି ସ୍ଥାନରେ ୧୩ ରୁ ୨୦ ବର୍ଷ ବୟସର ଝିଅମାନଙ୍କୁ ବିକ୍ରି କରାଯାଇଥାଏ। କଲାଇଦଝି ସମୁଦାୟର ଲୋକଙ୍କ ଦ୍ୱାରା ଏହି ନିଲାମର ଆୟୋଜନ କରାଯାଇଥାଏ। କିନ୍ତୁ, ଏହି ସମ୍ପ୍ରଦାୟ ଛଡା ଅନ୍ୟ କୌଣସି ବାହାର ଲୋକ ଏହି ନିଲାମରେ ଭାଗ ନେଇ ପାରିବେ ନାହିଁ।

ସବୁଠାରୁ ଗରୁତ୍ବପୂର୍ଣ କଥା ହେଉଛି ଏଠାକାର ଝିଅମାନେ ମଧ୍ୟ ମାନସିକ ସ୍ତରରେ ଏହି ନିଲାମ ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି। ସେଥିପାଇଁ ବହୁ ପୂର୍ବରୁ ସେମାନେ ନିଜର ଶରୀର ଏବଂ ସୁନ୍ଦରତା ବଜାୟ ରଖିବା ପାଇଁ ପ୍ରସ୍ତୁତି ଚଳାଇଥାନ୍ତି। ଝିଅଟିଏ ଏହି ମାର୍କେଟରେ ପହଞ୍ଚିବା ପରେ ଇଚ୍ଛୁକ ପୁଅମାନେ ନିଲାମ ପ୍ରକ୍ରିୟାରେ ଭାଗ ନେଇଥାନ୍ତି। ଯିଏ ସବୁଠାରୁ ଅଧିକ ମୂଲ୍ୟ ଦେଇଥାଏ ତା ସହିତ ପରିବାର ଲୋକେ ଝିଅର ବାହାଘର କରାଇ ଦେଇଥାନ୍ତି।